www.samajalive.in
Saturday, December 6, 2025
16.1 C
Bhubaneswar

ଟେବଲ ଏପାଖେ କୃଷକ, ସେପାଖେ ସରକାର – ଚାଲିଛି ଷଷ୍ଠ ପର୍ଯ୍ୟାୟ ଆଲୋଚନା

କୃଷି ଆଇନକୁ ବିରୋଧ କରୁଥିବା କୃଷକ ଏବଂ ସରକାରଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ବୁଧବାର ଅପରାହ୍ନରେ ଆରମ୍ଭ ହୋଇଛି। ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିବା ଆଲୋଚନା ଚାଲିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ ନିଷ୍କର୍ସ ବାହାରି ପାରିନାହିଁ। କୃଷକ ସଂଗଠନର ପ୍ରତିନିଧିମାନେ ୩ଟି କୃଷି ଆଇନ ରଦ୍ଦ କରିବାକୁ ଜିଦ୍ ଧରିଛନ୍ତି। କୃଷକମାନେ କହିଛନ୍ତି ଯେ ଆଲୋଚନା ପୂର୍ବରୁ ସେମାନେ ସ୍ଥିର କରିଥିବା ଏଜେଣ୍ଡା ମଧ୍ୟରେ ସୀମିତ ରହିବା ଉଚିତ୍। ଏହି ତିନୋଟି ଆଇନକୁ ରଦ୍ଦ କରିବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ଉପରେ ଆଲୋଚନା ହେବ ବୋଲି ସେମାନେ କହିଛନ୍ତି।

କୃଷକ ପ୍ରତିନିଧୀମାନେ କହିଛନ୍ତି ଯେ ଏହି ବୈଠକ ପାଇଁ ସେମାନେ ସରକାରଙ୍କୁ ଦେଇଥିବା ଏଜେଣ୍ଡା ସ୍ପଷ୍ଟ ରହିଛି। ସରକାର ଏଜେଣ୍ଡାକୁ ସ୍ୱୀକାର କରିଥିଲେ ମଧ୍ୟ ଆଇନ ପ୍ରତ୍ୟାହାର ବିଷୟରେ କିଛି କହିନାହାଁନ୍ତି। ଆଲୋଚନା ପାଇଁ ସରକାରଙ୍କ ନିମନ୍ତ୍ରଣକୁ ପ୍ରତିନିଧୀମାନେ ସ୍ୱାଗତ କରିଥିଲେ କିନ୍ତୁ ନିମନ୍ତ୍ରଣରେ ସ୍ପଷ୍ଟତା ନାହିଁ ବୋଲି କହିଛନ୍ତି। ତଥାପି କୃଷକ ସଂଗଠନ ସରକାରଙ୍କ ଠାରୁ କିଛି ସମାଧାନର ରାସ୍ତା ବାହାରିବା ବୋଲି ଆଶା ରଖିଛନ୍ତି।

- Advertisement -

ଆଲୋଚନା ପାଇଁ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରବେଶ କରିବା ପୂର୍ବରୁ କୃଷକ ନେତାମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ବିବାଦକୁ ଦୂରେଇବାକୁ ଏକମାତ୍ର ଉପାୟ ହେଉଛି ୩ଟି ବିବାଦୀୟ କୃଷି ଆଇନକୁ ରଦ୍ଦ କରିବା। ଭାରତୀୟ କିସାନ ୟୁନିଅନ ନେତା ରାକେଶ ଟୀକାୟତ କହିଛନ୍ତି ଯେ ୩ଟି ନୂତନ କୃଷି ଆଇନକୁ ରଦ୍ଦ କରିବା ଏବଂ ଏମଏସପିଙ୍କୁ ଆଇନଗତ ମାନ୍ୟତା ନ ମିଳିଲେ କୃଷକମାନେ କୌଣସି ସମାଧାନ କରିବେ ନାହିଁ। ସେ କହିଛନ୍ତି, ଏହି ଅସୁବିଧାର ଦୂର କରିବା ପାଇଁ ଏବେ ସମାଧାନ ସରକାରଙ୍କ ହାତରେ ଅଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories