www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ଵସ୍ତରୀୟ ହେବ ପାରାଦୀପ ବନ୍ଦର : ନବୀକରଣ ଓ ବିଶ୍ଵସ୍ତରୀୟ କରିବାକୁ ୩ ହଜାର କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପାରାଦୀପ ବନ୍ଦରକୁ ବିଶ୍ଵସ୍ତରୀୟ କରିବାକୁ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଇଛି। ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ଵସ୍ତରୀୟ ପାଇଁ  ୩ ହଜାର କୋଟି ଖର୍ଚ୍ଚ ହେବ। ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ପାରାଦୀପ ବନ୍ଦରକୁ ବିଶ୍ବସ୍ତରୀୟ କରିବାକୁ ନିଷ୍ପତ୍ତି ନିଆଯିବା ସହ ୩ ୩ ହଜାର କୋଟି ମଞ୍ଜୁରୀ କରାଯାଇଛି।

ପାରାଦୀପ ବନ୍ଦରରୁ ବିଶ୍ଵସ୍ତରୀୟ କରିବାକୁ ୱେଷ୍ଟର୍ଣ୍ଣ ଡକ ନିର୍ମାଣ କରାଯିବ । ପିପିପି ମୋଡରେ ଏହି ୱେଷ୍ଟର୍ଣ୍ଣ ଡକ ନିର୍ମାଣ କରାଯିବ। ବନ୍ଦରର ବିକାଶ ସହ ଆଭ୍ୟନ୍ତରୀଣ ସୁବିଧା ଉପରେ ବିଶେଷ ଧ୍ୟାନ ଦିଆଯିବ। ବନ୍ଦର ବିକାଶ ପାଇଁ ବଡ଼ ଜାହାଜ ଆସିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ୱେଷ୍ଟର୍ଣ୍ଣ ଡକ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିଆ ସୂଚନା ଦେଇଛନ୍ତି।

- Advertisement -

ଏଥିସହିତ ବିଲ୍ଡ, ଅପରେଟ୍ ଏବଂ ଟ୍ରାନ୍ସଫର ଆଧାରରେ ପାରାଦୀପ ବନ୍ଦର ନବୀକରଣ ହେବ। ଏହାପରେ ବନ୍ଦରକୁ ବଡ଼ ଜାହାଜ ଆସିପାରିବ । ଏହି ପ୍ରକଳ୍ପ ପାଇଁ ୩୦୦୪ କୋଟି ୬୩ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁରୀ ହୋଇଛି। କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories