www.samajalive.in
Saturday, December 6, 2025
26.1 C
Bhubaneswar

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବକୁ ବିପଦ: ୨୦୨୦ରେ ୬୦ ସାମ୍ବାଦିକଙ୍କୁ ହତ୍ୟା, ଭାରତରେ ୮

୨୦୧୯ ତୁଳନାରେ ୨୦୨୦ରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ମୁକ୍ତ ସାମ୍ବାଦିକତା ଅନେକ କ୍ଷେତ୍ରରେ ବିପଦର ସାମ୍ନା କରିଛି। ଚଳିତ ବର୍ଷ ସାରା ବିଶ୍ୱରେ ୬୦ ଜଣ ସାମ୍ବାଦିକଙ୍କୁ ହତ୍ୟାର ଶିକାର ହୋଇଥିବା ବେଳେ ୨୦୧୯ ତୁଳନାରେ ଏହି ସଂଖ୍ୟା ୧୧ ଅଧିକ ରହିଛି। ଏହି ତାଲିକାରେ ଭାରତରେ ୮ ଜଣ ସାମ୍ବାଦିକ ଓ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଆନ୍ତର୍ଜାତିକ ସାମ୍ବାଦିକ ସଂଘ (ଆଇଏଫଜେ) କହିଛି। ଏହି ବାର୍ଷିକ ରିପୋର୍ଟରେ ଲେଖାଅଛି, ‘୨୦୨୦ ବର୍ଷ ବିଶ୍ୱ ଇତିହାସରେ ଏକ ଅଦୃଶ୍ୟ ବିଶ୍ୱ ମହାମାରୀ ଓ ବିଶ୍ୱରେ ସାମ୍ବାଦିକ ତଥା ଗଣମାଧ୍ୟମ କର୍ମଚାରୀଙ୍କ ହତ୍ୟାକାଣ୍ଡର ବର୍ଷ ହେବ।

ଆନ୍ତର୍ଜାତିକ ସାମ୍ବାଦିକ ସଂଘ ପରିସଂଖ୍ୟାନ ରେକର୍ଡ ଅନୁଯାୟୀ ୧୯୯୦ ମସିହାରେ ଯେତେବେଳେ ଆଇଏଫଜେ ସାମ୍ବାଦିକ ତଥା ଗଣମାଧ୍ୟମ କର୍ମଚାରୀଙ୍କ ଉପରେ ବାର୍ଷିକ ରିପୋର୍ଟ ପ୍ରକାଶ କରିବା ଆରମ୍ଭ କରିଥିଲା, ସେତେବେଳେ ଗଣମାଧ୍ୟମ କର୍ମଚାରୀଙ୍କ ହତ୍ୟା ସ୍ତର ସହ ଏବେକାର ସ୍ତର ସମାନ ରହିଛି। ନବେ ଦଶକ ମଧ୍ୟଭାଗରୁ ଏବଂ ୨୦୦୦ ମଧ୍ୟଭାଗ ମଧ୍ୟରେ ଏହି ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ସଂଗଠିତ ଅପରାଧିକ କାର୍ଯ୍ୟକଳାପ, ଉଗ୍ରବାଦୀ କାର୍ଯ୍ୟକଳାପ ଏବଂ ସାମ୍ପ୍ରଦାୟିକ ହିଂସା ସାମ୍ବାଦିକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି।

- Advertisement -

ଏହି ପରିପ୍ରେକ୍ଷୀରେ, ୨୦୨୦ରେ ଏହାର ବ୍ୟତିକ୍ରମ ହୋଇନାହିଁ। ମେକ୍ସିକୋର ନିର୍ଦ୍ଦୟ ଶାସନ, ପାକିସ୍ତାନ, ଆଫଗାନିସ୍ତାନ ଏବଂ ସୋମାଲିଆରେ ଆତଙ୍କବାଦୀଙ୍କ ହିଂସା ତଥା ଭାରତ ଏବଂ ଫିଲିପାଇନ୍ସରେ ଅସହିଷ୍ଣୁତା ଗଣମାଧ୍ୟମ ପ୍ରତିନିଧିଙ୍କ ରକ୍ତପାତରେ ସହାୟକ ହୋଇଛି। ବିଶେଷ ଭାବରେ, ଚଳିତ ବର୍ଷର ତାଲିକାରେ ରୁଷର ସାମ୍ବାଦିକ ଇରିନା ସ୍ଲାଭିନାଙ୍କ ହତ୍ୟା ଗଣମାଧ୍ୟମ କର୍ମଚାରୀଙ୍କ ଉପରେ ନିରନ୍ତର ଆକ୍ରମଣ ସମାଜରେ ଥିବା କିଛି ଉପାଦାନର ପ୍ରତିଶୋଧମୂଳକ ଅସହିଷ୍ଣୁତା ପ୍ରକାଶ କରିଛି। କୋଜା ପ୍ରେସ୍’ର ସମ୍ପାଦକ କ୍ରମାଗତ ଧମକ ଓ ହଇରାଣରେ ଅତିଷ୍ଠ ହୋଇ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।

ଗତ ୩୦ ବର୍ଷ ମଧ୍ୟରେ ଏଭଳି ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ୨୦୨୦ରେ ମଧ୍ୟ ଏହା ଜାରି ରହିଛି। ଏହା ସାମ୍ବାଦିକମାନଙ୍କ ଅଧିକ ସୁରକ୍ଷା ତଥା ପ୍ରତିବଦ୍ଧତା ପାଇଁ ଆମର ପ୍ରୟାସକୁ ଦ୍ୱିଗୁଣିତ କରିବା ପାଇଁ ଏକ ବିରାଟ ଆହ୍ୱାନ ବୋଲି ଆଇଏଫଜେ ସାଧାରଣ ସମ୍ପାଦକ ଆନ୍ଥୋନୀ ବେଲାଙ୍ଗର କହିଛନ୍ତି। ଆଇଏଫଜେ ୨୦୨୦ ଡିସେମ୍ବର ୩୧ ସୁଦ୍ଧା ୨୭ଜଣ ଗଣମାଧ୍ୟମ କର୍ମଚାରୀଙ୍କ ହତ୍ୟା ଦୃଷ୍ଟିରୁ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଂଚଳକୁ ସବୁଠାରୁ ବିପଦପୂର୍ଣ୍ଣ ଅଞ୍ଚଳ ଭାବରେ ତାଲିକାଭୁକ୍ତ କରିଛି। ଦ୍ଵିତୀୟ ସ୍ଥାନରେ ରହିଛି ଲାଟିନ୍ ଆମେରିକା ଯେଉଁଠାରେ ୧୭ଟି ହତ୍ୟା ଘଟିଛି। ମଧ୍ୟ ପୂର୍ବ ଏବଂ ଆରବରେ ଆଠଟି ହତ୍ୟାକାଣ୍ଡ, ଆଫ୍ରିକାରେ ୬ଟି ଏବଂ ୟୁରୋପରେ ୨ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି।

ସେହିପରି ଦେଶ ଅନୁଯାୟୀ ୨୦୨୦ରେ ୧୪ଟି ହତ୍ୟା ସହିତ ମେକ୍ସିକୋ ଚତୁର୍ଥ ଥର ପାଇଁ ତାଲିକାର ଶୀର୍ଷରେ ରହିଛି ଓ ପରେ ଭାରତରେ ୮, ଆଫଗାନିସ୍ତାନରେ ୭, ପାକିସ୍ଥାନରେ ୭, ଫିଲିପାଇନ୍ସରେ ୪, ସିରିଆରେ ୪ ଏବଂ ନାଇଜେରିଆରେ ୩ଟି ହତ୍ୟା ରେକର୍ଡ କରାଯାଇଛି। ସୋମାଲିଆରେ ମଧ୍ୟ ଦୁଇଟି ହତ୍ୟା କରାଯାଇଛି। ଶେଷରେ, ବାଂଲାଦେଶ, କାମେରୁନ, କଲମ୍ବିଆ, ହୋଣ୍ଡୁରାସ, ପାରାଗୁଏ, ରୁଷ, ସ୍ୱିଡେନ ଏବଂ ୟେମେନରେ ଜଣେ ଲେଖାଏଁ ସାମ୍ବାଦିକ ନିହତ ହୋଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories