www.samajalive.in
Sunday, December 7, 2025
15.1 C
Bhubaneswar

ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ଗାଇଡଲାଇନ ଜାରି

ଭୁବନେଶ୍ବର : ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ପାଳନ ନେଇ କଟକଣା ଜାରି ହୋଇଛି । ନୂଆବର୍ଷରେ ଅଫିସରେ ଏକାଠି ହୋଇପାରିବେନି କୌଣସି  ଅଧିକାରୀ । କେବଳ ଭର୍ଚୁଆଲ ମାଧ୍ୟମରେ ନବ ବର୍ଷର ଶୁଭେଚ୍ଛା ଜଣାଇବେ ବୋଲି ସାଧାରଣ ପ୍ରାଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥି ସହିତ କରୋନାକୁ ଦୃ‌ଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ ମାସର ଗାଇଡଲାଇନ ଜାରି କରାଯାଇଛି।ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ । ଆସନ୍ତା ଜାନୁଆରୀ ୨୦୨୧ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗାଇଡଲାଇନ୍ ଅନୁଯାୟୀ କଟକ ଓ ଭୁବନେଶ୍ୱରରେ ମଧ୍ୟ ୭୫ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସର ସମସ୍ତ କର୍ମଚାରୀ ଆସିବେ । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ ।

- Advertisement -

ଏହାସହ ଜରୁରୀକାଳୀନ ସେବାରେ ଥିବା ବିଭାଗ ଗୁଡିକ କିଏ ଅଫିସ ଆସିବେ, ସେନେଇ ଉଚ୍ଚ ପଦସ୍ତ ଅଫିସର ନିଷ୍ପତ୍ତି ନେବେ । ଏସଆରସି, ଓସଡମା, ଫାୟାର, ସ୍ଵାସ୍ଥ୍ୟବିଭାଗ ଏବଂ ବିଏମସି ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଶତ ପ୍ରତିଶତ ଆସିବେ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରେ ଦର୍ଶାଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories