www.samajalive.in
Saturday, December 6, 2025
14.1 C
Bhubaneswar

ଓପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ତ୍ରୁଟି : ୧୪ରେ ପୁଣି ଲିଖିତ ପରୀକ୍ଷା

କଟକ : ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)- ୨୦୨୩ ଆ‌େନ୍ଥ୍ରାପୋଲୋଜିର ଇଚ୍ଛାଧୀନ ଦୁଇଟି ପେପର ବିଷୟରେ ଆଉଥରେ ପରୀକ୍ଷା କରାଯିବ। ପ୍ରଶ୍ନପତ୍ର ଅଦଳବଦଳ ହୋଇଥିବାରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଉକ୍ତ ପରୀକ୍ଷାକୁ ସମ୍ପୂର୍ଣ୍ଣ ରଦ୍ଦ କରିଦିଆଯାଇଛି। ଆସନ୍ତା ୧୪ ତାରିଖରେ ପୂର୍ବାହ୍ଣ ୯ରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୨ଟାରୁ ୫ ଟା ପର୍ଯ୍ୟନ୍ତ ନୂତନ ପ୍ରଶ୍ନପତ୍ରରେ ଦୁଇଟି ସିଟିଂ ପରୀକ୍ଷା କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ଯୋଗୁଁ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍‌ ମାର୍କ ମିଳିବ। ୩ଟି ପ୍ରଶ୍ନ ତ୍ରୁଟି ଥିବାରୁ ଏଥିରେ ଅଧିକ ୬ ଗ୍ରେସ୍‌ ମାର୍କ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି।
ଏପ୍ରିଲ ୨୭ରେ ଓସିଏର ଦୁଇଟି ସିଟିଂରେ ଆ‌େନ୍ଥ୍ରାପୋଲୋଜିର (ଇଚ୍ଛାଧୀନ) ପେପର- ୧ ଏବଂ ପେପର- ୨ରେ ପରୀକ୍ଷା କରାଯାଇଥିଲା। ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ହୋଇଥିବା ପେପର- ୧ ପରୀକ୍ଷାରେ ପ୍ରଶ୍ନପତ୍ରରେ ନେଇ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପରୀକ୍ଷା ଦାୟିତ୍ବରେ ଥିବା ନିରୀକ୍ଷକ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ଦେବାକୁ ସିଲ୍‌ ଖୋଲିଥିଲେ; କିନ୍ତୁ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଦେଖି ଏହା ପେପର- ୨ର ପ୍ରଶ୍ନପତ୍ର ବୋଲି କହିଥିଲେ। ଏ ବିଷୟରେ ବିଭିନ୍ନ କେନ୍ଦ୍ରରୁ ଅଭିଯୋଗ ଆସିବା ପରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ କୁହାଯାଇଥିଲା ଏବଂ ପେପର- ୨ ପରୀକ୍ଷା ଶେଷ ହେବା ପରେ ଉକ୍ତ ତ୍ରୁଟି ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ପରୀକ୍ଷାର୍ଥୀଙ୍କୁ ଅବଗତ କରାଯାଇଥିଲା। ଅପରାହ୍ଣ ୨ଟା ରୁ ୫ ଟା ପର୍ଯ୍ୟନ୍ତ ଦ୍ବିତୀୟ ପେପରରେ ପରୀକ୍ଷା ଆରମ୍ଭ ସମୟରେ ପୁଣି ଥରେ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଜଣାପଡ଼ିଥିଲା। ସେହିଭଳି ମାର୍ଚ୍ଚ ୨୯ ଏବଂ ୩୦ରେ ହୋଇଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନିଯୁକ୍ତି ପରୀକ୍ଷାର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଷୟରେ ପ୍ରଶ୍ନ ସଂଖ୍ୟା ୮, ୯ ଏବଂ ୧୦ରେ ମୁଦ୍ରଣ ତ୍ରୁଟି ଥିଲା। ୧୦୦ ମାର୍କ ବଦଳରେ ପରୀକ୍ଷାର୍ଥୀ ୯୪ ମାର୍କର ପରୀକ୍ଷା ଦେଇଥିଲା। ଏହାକୁ ତର୍ଜମା କରି ଗ୍ରେସ୍‌ ମାର୍କ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories