www.samajalive.in
Saturday, December 6, 2025
16.1 C
Bhubaneswar

ଗୁରୁଗ୍ରାମ ଗୁଳିକାଣ୍ଡ, ବିଚାରପତିଙ୍କ ପତ୍ନୀଙ୍କ ମୃତ୍ୟୁ, ଧର୍ମପରିବର୍ତ୍ତନ ପ୍ରମୁଖ କାରଣ

ନୂଆଦିଲ୍ଲୀ: ଗୁରୁଗ୍ରାମରେ ଶନିବାର ଦ୍ୱିପହରରେ ଅତିରିକ୍ତ ସେସନ ଜଜ କୃଷ୍ଣକାନ୍ତଙ୍କ ପତ୍ନୀ ଓ ପୁତ୍ରଙ୍କୁ ତାଙ୍କ ସୁରକ୍ଷା କର୍ମୀ ରାସ୍ତା ଉପରେ ଗୁଳି ମାଡ଼ କରିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଦୁର୍ଗାପୂଜା ପାର୍ବଣ ସହିତ ମାସର ଦ୍ୱିତୀୟ ସପ୍ତାହର ଶନିବାର ଥିବାରୁ ରାସ୍ତାଘାଟ ଭିଡ଼ ଅଧିକ ଥିଲା। ହଠାତ୍‍ ଜଣେ ମହିଳାଙ୍କ ଆର୍ତ୍ତଚିତ୍କାର ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ଚକିତ କରିଦେଇଥିଲା। ଏହି ସମୟରେ ଶୁଭିଥିଲା ଗୁଳିର ଶବ୍ଦ। ଆଖପାଖର ଲୋକେ ବିଚଳିତ ହୋଇ ଦୌଡ଼ିବାକୁ ଆରମ୍ଭ କରିବା ବେଳେ କେହି ଜଣେ ପୁଲିସକୁ ଫୋନ୍‍ କରିଥିଲା।
ଘଟଣାସ୍ଥଳରେ ପୁଲିସ ପହଞ୍ôଚ ବିଚାରପତିଙ୍କ ପତ୍ନୀ ଓ ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଚାପତିଙ୍କ ପତ୍ନୀ ରିତୁଙ୍କ ମୃତ୍ୟୁ ହୋଇଯାଇ ଥିବାବେଳେ ପୁଅ ଧ୍ରୁବ ଗୁରୁତର ଅଛନ୍ତି।


ବିଚାରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଗାର୍ଡ଼ ମହିପାଳ ସ୍ପଷ୍ଟ ଦିବାଲୋକରେ ମା’ ଓ ପୁଅଙ୍କ ଉପରେ ଗୁଳି ଚଲାଇଥିଲା। ମହିପାଳଙ୍କୁ ପୁଲିସ ଗିରଫ କରି ତଦନ୍ତ ପାଇଁ ସ୍ୱତନ୍ତ୍ର କମିଟି(ଏସଆଇଟି) ଗଠନ କରିଛନ୍ତି। ହରିୟାନା ପୁଲିସର ଡିସିପି ସୁଲୋଚନା ଗଜରାଜଙ୍କ ଅଧ୍ୟକ୍ଷତାରେ ଗଠିତ ଏସଆଇଟିରେ ୨ଏସପି, ୪ଇନ୍ସପେକ୍ଟରଙ୍କୁ ରଖାଯାଇଛି।
ଶନିବାର ୩ଟା ୩୦ମିନିଟରେ ବିଚାରପତିଙ୍କ ପତ୍ନୀ ରିତୁ ଓ ପୁଅ ଧ୍ରୁବ ସେକ୍ଟର ୫୧ର ଆର୍କେଡିଆ ମାର୍କେଟକୁ ଆସିଥିଲେ। ତାଙ୍କ ସହ ବିଚାରପତିଙ୍କ ସୁରକ୍ଷା ପାଇଁ ନିୟୋଜିତ ଗାର୍ଡ଼ ମହିପାଳ ଥିଲା। ବଜାର ମଝିରେ ଗାଡ଼ି ଅଟକାଇ ମା’ପୁଅ ଗାଡ଼ିରୁ ଓହ୍ଲାଇବା କ୍ଷଣି ମହିପାଳ ସେମାନଙ୍କ ଉପରେ ଗୁଳି ମାଡ଼ କରିଥିଲେ।
ମହିପାଳଙ୍କ ଗୁଳି ରିତୁଙ୍କ ଛାତିରେ ବାଜିଥିଲା, ଧ୍ରୁବଙ୍କ ମୁଣ୍ଡରେ ୨ଟି ଗୁଳି ମାରିଥିଲେ ମହିପାଳ। ଏହି ସମୟରେ ମହିପାଳ ଚିତ୍କାର କରି ଆଖପାଖର ଲୋକଙ୍କୁ ପାଖକୁ ନ ଆସିବାକୁ ନିର୍ଦେଶ ଦେଇଥିଲେ। ଏ ହେଉଛି ସଇତାନ(ଧ୍ରୁବ) ଓ ଇଏ ହେଉଛି ତା’ ମା'(ରିତୁ) ବୋଲି ସମ୍ବୋଧିତ କରି ଉଭୟଙ୍କୁ ଗୁଳି ମାରିଥିଲେ ମହିପାଳ। ପରେ ଉଭୟଙ୍କୁ ଗାଡ଼ିରେ ଭର୍ତ୍ତିର୍ କରିବାକୁ ଉଦ୍ୟମ କରୁଥିଲେ ମହିପାଳ। ହେଲେ ଆଖପାଖର ଲୋକେ ଘେରି ଯିବାରୁ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଘଟଣାସ୍ଥଳରୁ ଫେରାର ହେବା ପରେ ମହିପାଳ ସଦର ଥାନାକୁ ଯାଇଥିଲା। ସେଠାରେ ମଧ୍ୟ ଫାଙ୍କା ଗୁଳି ଚଳାଇ ଫେରାର ହୋଇଯାଇ ଥିଲା। ମହିପାଳଙ୍କୁ ଗିରଫ କରିବାକୁ ପୁଲିସ ସହରର ସୀମାନ୍ତ ଅଞ୍ଚଳ ସିଲ୍‍ କରି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଗୁରୁଗ୍ରାମ-ଫରିଦାବାଦ ରାସ୍ତାରେ ମହିପାଳ ପୁଲିସ ହାତରେ ଗିରଫ ହୋଇଥିଲା। ହତ୍ୟା ପରେ ମହିପାଳ ତାଙ୍କ ମା’ ଓ ବିଚାରପତି କୃଷ୍ଣକାନ୍ତଙ୍କୁ ଘଟଣା ସମ୍ପର୍କରେ ଜଣାଇ ଥିଲେ।
୮ମାସ ପୂର୍ବେ ମହିପାଳ ହିନ୍ଦୁ ଧର୍ମ ଛାଡ଼ି ଖ୍ରୀଷ୍ଟ ଧର୍ମ ଆପଣେଇ ଥିଲେ। ଏହାକୁ ନେଇ ବିଚାରପତିଙ୍କ ପତ୍ନୀ ଓ ପୁଅଙ୍କ ସହ ମହିପାଳଙ୍କ ଧାର୍ମିକ ଦୃଷ୍ଟିକୋଣରୁ ତର୍କ ହେଉଥିଲା। ଉଭୟ ମା’ ପୁଅ ମହିପାଳଙ୍କ ଏଭଳି ନିଷ୍ପତ୍ତିଙ୍କୁ ଅଜ୍ଞାନତାର ପରିଚୟ ବୋଲି ଯୁକ୍ତି ଦର୍ଶାଉ ଥିଲେ। ଫଳରେ ଅତିଷ୍ଠ ହୋଇ ମହିପାଳ ସେମାନଙ୍କୁ ହତ୍ୟା କରିଛି ବୋଲି ପୁଲିସ ଆଗରେ ସ୍ୱୀକାର କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories