www.samajalive.in
Saturday, December 6, 2025
15.1 C
Bhubaneswar

ସୁଧିରିଛି ବନ୍ୟା ପରିସ୍ଥିତି, ଆଜି ସଂଧ୍ୟାରୁ ରିଲିଫ୍ ବନ୍ଦ; ଏସଆରସି

ଭୁବନେଶ୍ୱର : ତିତଲି ପରେ ବନ୍ୟା ପରିସ୍ଥିତିର ଏବେ ସୁଧାର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇ ନଥିବାରୁ ଗଂଜାମ, ଗଜପତି, ରାୟଗଡାରେ ବନ୍ୟା ସ୍ଥିତି ସ୍ୱାଭାବିକ ରହିଛି ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ରିଲିଫ କାର୍ୟ୍ୟ ରବିବାର ସଂଧ୍ୟା ସୁଦ୍ଧା ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଭାବିତ ଅଞ୍ଚଳରେ ଜଣକ ପିଛା ୬୦ ଟଙ୍କା ଏବଂ ୧୨ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ୪୫ ଟଙ୍କା ଲେଖାଏଁ ରିଲିଫ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ । ସେହିପରି ଗଜପତି ବାରଘରରେ ପାହାଡ ଧସି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ଏନେଇ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଏସଆରସି,ଗୃହ ସଚିବ,ହୋମଗାର୍ଡ ଡିଜି,ଯୋଗାଣ ସଚିବ,ଜଳ ସଂପଦ ସଚିବ ଉପସ୍ଥିତ ରହି ଭିଡିଓ କନଫରେନ୍ସି ଜରିଆରେ ଗଂଜାମ,ଗଜପତି ଓ ରାୟଗଡା ଜିଲ୍ଳାପାଳଙ୍କ ସହ ଆଲୋଚନା କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories