www.samajalive.in
Saturday, December 13, 2025
27.1 C
Bhubaneswar

ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ସିରମ୍‍ ; ତ୍ୱଚା ହେବ କୋମଳ ଓ ଉଜ୍ଜ୍ୱଳ

ଶୀତଦିନେ ନିଜ ତ୍ୱଚାର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ଏହି ଦିନରେ ଚର୍ମ ଶୁଷ୍କ ହେବା, ଫାଟିବା, ତ୍ୱଚାର ଆକର୍ଷଣ କମର କାରଣ ହୋଇଥାଏ। କିଛି ଲୋକଙ୍କ ଚର୍ମ ଏପରି ହୋଇଥାଏ ଯେ, ମଶ୍ଚୁରାଇଜର ଲଗାଇବା ପରେ ମଧ୍ୟ ଶୁଷ୍କ ପଣର ମାତ୍ରା ରହିଥାଏ। ମାତ୍ର ଏପରି କେତେକ ସିରମ୍‍ ରହିଛି ଯାହାର ବ୍ୟବହାର କରିବା ଦ୍ୱାରା ଶୁଷ୍କପଣ ଦୂର ହେବା ସହ ଚମକ ବୃଦ୍ଧି ପାଇବା, ରଙ୍ଗ ମଧ୍ୟ ଗୋରା ହୋଇଥାଏ। ବଜାରରେ ମିଳୁଥିବା ସିରମ ବ୍ୟତୀତ ଘରୋଇ ଉପାୟରେ ମଧ୍ୟ ସିରମ ପ୍ରସ୍ତୁତ କରି ପାରିବେ….
ଗ୍ଲିସରିନ, ଗୋଲାପ ଜଳ ଓ ଲେମ୍ବୁ ରସର ମିଶ୍ରଣରେ ପ୍ରସ୍ତୁତ ହେଉଥିବା ଏହି ସିରମ ଆପଣଙ୍କ ତ୍ୱଚାକୁ ଶୀତ ଦିନେ କୋମଳ ଓ ଚମକପ୍ରଦ କରିଥାଏ। ଥଣ୍ଡା ସମୟରେ ତ୍ୱଚାର ଶୁଷ୍କପଣ ଦୂର କରିବା ପାଇଁ ଏହାକୁ ରାମବାଣ କହିଲେ ଭୁଲ ହେବ ନାହିଁ। ଏହାସହ ଏହି ସିରମ ମୁହଁର ଦାଗ ମଧ୍ୟ ଦୂର କରିଥାଏ।

ଲେମ୍ବୁରେ ଥିବା ପୋଷକ ତତ୍ତ୍ୱ ଓ ଗୋଲାପ ଜଳ ମୁହଁ ପାଇଁ ବେଶ ହିତକାରକ। ଗ୍ଲିସରିନ ତ୍ୱଚାରେ ଜଳର ମାତ୍ରାକୁ ସଠିକ ରଖିବା ସହ କୋମଳ କରିଥାଏ।
ସିରମ ପ୍ରସ୍ତୁତ କରିବାର ଉପାୟ……
ସିରମକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ବୋତଲରେ କିଛି ଗୋଲାପ ଜଳ ନିଅନ୍ତୁ। ଏଥିରେ ଗୋଟିଏ ଲେମ୍ବୁର ରସ ଓ ଗ୍ଲିସରିନ ମିଶାନ୍ତୁ। ନିୟମିତ ସ୍ନାନ କରିବା ପରେ ଏହାକୁ ଲଗାଇବା ଦ୍ୱାରା ତ୍ୱଚା କୋମଳ, ଉଜ୍ଜ୍ୱଳ ଓ ଗୋରା ହୋଇଥାଏ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories