www.samajalive.in
Thursday, December 11, 2025
18.1 C
Bhubaneswar

ଏହି ଉପାୟରେ ଦୂର କରନ୍ତୁ ପେଟ ଜନିତ ବହୁ ସମସ୍ୟା

ମନୁଷ୍ୟ ଶରୀରରେ ଅଧିକାଂଶ ରୋଗ ପେଟ ସମ୍ବନ୍ଧୀୟ ହୋଇଥାଏ। ବହୁ ଲୋକେ କର୍ମବ୍ୟସ୍ତତା କାରଣରୁ ଅଧିକ ସମୟ ପର୍ଯ୍ୟନ୍ତ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇ ପାରିନଥାଆନ୍ତି। ଆମର ନିତିଦିନିଆ କାର୍ଯ୍ୟକଳାପ ,ଖାଦ୍ୟପେୟର କୁପ୍ରଭାବ ସିଧାସଳଖ ପେଟ ସହ ସମ୍ପୂର୍ଣ୍ଣ ଶରୀର ଉପରେ ପଡ଼ିଥାଏ। ପେଟ ଜନିତ ବହୁ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ମାତ୍ର କେତେକ ଘରୋଇ ଉପାୟ ଆପଣେଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ……
ରସୁଣ –
ରସୁଣର ସେବନ କରିବା ଦ୍ୱାରା ପେଟ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ। ନିୟମିତ ସକାଳେ ଖାଲି ପେଟରେ ୨ କିମ୍ବା ୩ଟି ରସୁଣ ଖାଇବା ଦ୍ୱାରା ପେଟର ସଙ୍କ୍ରମଣ ଦୂର ହୋଇଥାଏ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଅଲ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।
ଲବଙ୍ଗ –
ଲବଙ୍ଗରେ ଆଣ୍ଟି-ମାଇକ୍ରୋବିୟଲ ଗୁଣ ଭରପୁର ମାତ୍ରାରେ ରହିଛି। ଏହା ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
କଦଳୀ –
ପେଟ ପାଇଁ କଦଳୀ ଖୁବ ଉପକାରୀ। ସପ୍ତାହକୁ ୨ ରୁ ୩ଟି କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ।
ଅଦା –
ପେଟରେ ହେଉଥିବା ଯେକୌଣସି ସମସ୍ୟାକୁ ଦୂର କରିବା ପାଇଁ ଅଦା ବେଶ ହିତକାରୀ। ଏକ ଛୋଟ ଖଣ୍ଡ ଅଦାକୁ ଛେଚି, ଏଥିରେ ସାମାନ୍ୟ ଗୋଲମରିଚ, ଅଳ୍ପ ହେଙ୍ଗୁ ମିଶାଇ ପେଷି ଦିଅନ୍ତୁ। ଖାଦ୍ୟ ଖାଇବା ପରେ ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ।
ହଳଦୀ –
ହଳଦୀ ପେଟର ସମସ୍ତ ସମସ୍ୟା ଦୂର କରିଥାଏ। ଏକ ଚାମଚ ହଳଦୀରେ ୨ ଚାମଚ ମହୁ ମିଶାଇ ନିୟମିତ ପିଅନ୍ତୁ।
ଏହି ସମସ୍ତ ଉପାୟ ପେଟର ଗ୍ୟାସଟିକ, ଏସିଡ଼ିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories