www.samajalive.in
Monday, December 15, 2025
14.1 C
Bhubaneswar

ସବୁ ବିଶ୍ବବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା, ପିଜି ପାଠ୍ୟକ୍ରମ ପାଇଁ ‘ସାମ୍‌ସ’ରେ ଆବେଦନ

ଭୁବନେଶ୍ବର :ରାଜ୍ୟରେ ଚଳିତ ବର୍ଷ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସବୁ ବିଶ୍ବବିଦ୍ୟାଳୟର ଏକକ ଭାବେ ନାମଲେଖା ପାଇଁ ପ୍ରଥମଥର ଉଚ୍ଚଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଭାଗ ଓ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ କାମ ଚାଲୁ ରହିଛି। ପୂର୍ବରୁ ସ୍ନାତକ(ୟୁଜି) ପାଠ୍ୟକ୍ରମର ନାମଲେଖା ପ୍ରକ୍ରିୟା ସାମ୍ସ ଜରିଆରେ କରାଯାଇଥିବାବେଳେ ଏଥର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ପାଇଁ ବିଦ୍ୟାର୍ଥୀ ସାମ୍ସ ମାଧ୍ୟମରେ ଆବେଦନ କରିବେ।

୨୦୨୦-୨୦୨୧ ଶିକ୍ଷାବର୍ଷରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା ପାଇଁ ବିଭାଗ ପକ୍ଷରୁ ଅନୁଷ୍ଠିତ କୁଳପତିଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବିଭାଗ ପିଜି ନାମଲେଖା ପାଇଁ ‘ସାମ୍ସ ପିଜି ଏଣ୍ଟ୍ରାନ୍ସ ହାଇୟର ଏଜୁକେସନ୍‌ ଡିପାଟମେଣ୍ଟ’ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଛି। ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ କ୍ୟାଫ୍‌ ଫି ଏହି ଆକାଉଣ୍ଟରେ ଦାଖଲ କରିପାରିବେ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ଥରେ ଆବେଦନ କରିବେ। ଏଥିରେ ନିଜ ଇଚ୍ଛା ମୁତାବକ ଏକାଧିକ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଫର୍ମ ପକାଇପାରିବେ।

- Advertisement -

ସେହିପରି ସବୁ ବିଶ୍ବବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବା ସହ ମେଧା ତାଲିକା ପ୍ରକାଶ କରାଯିବ। ବିଦ୍ୟାର୍ଥୀଙ୍କ ମେଧା ତାଲିକା ମୁତାବକ ସେମାନଙ୍କୁ ନାମଲେଖାଇବାକୁ ସୁଯୋଗ ପ୍ରଦାନ କରାଯିବ। ପୂର୍ବରୁ ସବୁ ବିଶ୍ବବିଦ୍ୟାଳୟ ପାଇଁ ପୃଥକ ଭାବେ ନାମଲେଖା ପାଇଁ ଆବେଦନ କରିବାକୁ ପଡ଼ୁଥିଲା। ଏଥିପାଇଁ ବିଦ୍ୟାର୍ଥୀ ଅଧିକ ଖର୍ଚ୍ଚାନ୍ତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବୈଷୟିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

କରୋନା ଯୋଗୁଁ ଆବେଦନ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲେ ମଧ୍ୟ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ବିଭାଗ ପକ୍ଷରୁ ଯୋଜନା ରହିଛି। ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ। ବିଦ୍ୟାର୍ଥୀ ଆବେଦନ ସମୟରେ କେଉଁ ଜିଲାରେ ପରୀକ୍ଷା ଦେବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରିପାରିବେ। ଆବେଦନକାରୀଙ୍କ ଜିଲାରେ ଥିବା ସ୍ବୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories