www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ନେଇ ମାମଲା ରୁଜୁ କଲା ସିଂହଦ୍ବାରା ପୁଲିସ

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ନେଇ ଏସଡିଜେଏମରେ ମାମଲା ପ୍ରସଙ୍ଗ। କୋର୍ଟଙ୍କ ନିର୍ଦେଶରେ ମାମଲା ରୁଜୁ କଲା ସିଂହଦ୍ବାରା ପୁଲିସ। ପୁରୀ ଜିଲାପାଳ ଓ ଟାଟା ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାମରେ ମାମଲା ରୁଜୁ କଲା ସିଂହଦ୍ବାର ପୁଲିସ। ଓବିସିସି ନିର୍ବାହୀ ଅଧିକାରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି ସିଂହଦ୍ବାର ପୁଲିସ। ପୁରୀ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ ଏ ସମସ୍ତଙ୍କ ନାମରେ ମାମଲା ରୁଜୁ କରିଛି। ସିଂହଦ୍ବାର ପୁଲିସ ପକ୍ଷରୁ ପୁରୀ ଜିଲାପାଳ, ଟାଟା ପ୍ରୋଜେକ୍ଟ ମ୍ୟାନେଜର, ଓବିସିସି ନିର୍ବାହୀ ଅଧିକାରୀଙ୍କ ନାମରେ ଆନସିଏଣ୍ଟ ମନୁମେଣ୍ଟ ଆକ୍ଟ ଧାରା ଡି(ସି), ୩୦(ଏ)ରେ ମାମଲା କରାଯାଇଛି। ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ। ଥାନା​‌େ​‌ର ମାମଲା ରୁଜୁ ପାଇଁ କୋର୍ଟ ଯାଇଥିଲେ ଓକିଲ ସଂଘ ସମ୍ପାଦକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ କରିବା ପାଇଁ ସେ ଆବେଦନ କରିଥିଲେ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ନିୟମକୁ ଉଲ୍ଲଙ୍ଘନ କରାଯାଇଥିବାରୁ ପୁରୀ ଓକିଲ ସଙ୍ଘ ତରଫରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ ଥାନା ଏତଲା ନ ରଖିବାରୁ ସଂଘ ତରଫରୁ ସଂପାଦକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଜି କୋର୍ଟ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories