www.samajalive.in
Saturday, December 6, 2025
17.1 C
Bhubaneswar

ଅମୃତସରର ଖାଲସା ମହାବିଦ୍ୟାଳୟ ଆଗରେ ଗୁଳିକାଣ୍ଡ- ଜଣେ ମୃତ ଅନ୍ୟଜଣେ ଗୁରୁତର

ଅମୃତସର – ପଞ୍ଜାବର ରାଜଧାନୀ ଅମୃତସରରେ ଥିବା ଖାଲସା ମହାବିଦ୍ୟାଳୟ ସାମ୍ନାରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମହାବିଦ୍ୟାଳୟ ପ୍ରବେଶ ଦ୍ୱାର ନିକଟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟ ମାରପିଟ୍‌ ଚାଲିଥିଲା । ଏହି ସମୟରେ ମଟର ସାଇକେଲ୍‌ରେ ଆସି ଦୁଇ ଜଣ ଦୁର୍ବୃତ ଗୁଳିମାଡ କରିଥିଲେ । ଏଥିରେ ଲଭପ୍ରୀତ ଏବଂ ଗୁରସିମରନ୍‌ ନାମକ ଦୁଇ ଜଣ ଯୁବକ ଗୁରୁତର ହୋଇଥିଲେ । ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା ।

ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ଏହା ଗୋଷ୍ଠୀ ସଂଘର୍ଷ ନୁହେଁ ବୋଲି ପୁଲିସ କହିଛି ।

- Advertisement -

ଲଭପ୍ରୀତଙ୍କର ମୃତ୍ୟୁ ହୋଇଛି । ସେ ଏକ ବେସରକାରୀ ବ୍ୟାଙ୍କର କର୍ମଚାରୀ ବୋଲି ଜଣାପଡିଛି । ତାଙ୍କର ଛାତି ଏବଂ ପେଟରେ ଗୁଳିମାଡ ହୋଇଥିଲା । ଅନ୍ୟଜଣଙ୍କ ଶରୀରରୁ ଗୁଳି କଢାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ କହିଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories