www.samajalive.in
Sunday, December 14, 2025
17.1 C
Bhubaneswar

ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନ : ସେମିଫାଇନାଲରୁ ସିନ୍ଧୁଙ୍କ ବିଦାୟ

ସିଙ୍ଗାପୁର : ଭାରତର ପିଭି ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ସେମିଫାଇନାଲରୁ ବିଦାୟ ନେଇଛନ୍ତି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ୨ୟ ସିଡ୍‌ ମାନ୍ୟତାପ୍ରାପ୍ତ ଜାପାନର ନୋଜୋମି ଓକୁହାରା ସିଧାସଳଖ ୨୧-୭, ୨୧-୧୧ ଗେମରେ ୪ର୍ଥ ସିଡ୍‌ ସିନ୍ଧୁଙ୍କୁ ପରାସ୍ତ କରିଛନ୍ତି। ସିନ୍ଧୁଙ୍କ ପରାଜୟ ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଅଭିଯାନ ଶେଷ ହୋଇଛି।
ଶନିବାର ୩୭ ମିନିଟ ଧରି ଚାଲିଥିବା ଏହି ସେମିଫାଇନାଲ ମୁକାବିଲାରେ ସିନ୍ଧୁ ତାଙ୍କ ପ୍ରତିପକ୍ଷଙ୍କ ନିକଟରେ ଏକପ୍ରକାର ଆତ୍ମସମର୍ପଣ କରିଥିଲେ। ୨୦୧୭ ବିଶ୍ବ ଚମ୍ପିଆନସିପ୍‌ ଫାଇନାଲରେ ଏ ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି କଡା ମୁକାବିଲା ଦେଖିବାକୁ ମିଳିଥିଲା। ତେବେ ଆଜିର ଲଢେଇ ଭାରତୀୟ ବ୍ୟାଡମିଣ୍ଟନପ୍ରେମୀଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଛି। ପ୍ରଥମ ଗେମକୁ ୭-୨୧ରେ ହାରିବାପରେ ସିନ୍ଧୁ ନିଜର ଆତ୍ମବିଶ୍ବାସ ହରାଇଥିଲେ। ଦ୍ବିତୀୟ ଗେମରେ ସିନ୍ଧୁ ଉନ୍ନତ ପ୍ରଦର୍ଶନ ଜରିଆରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଓକୁହାରାଙ୍କ ଉଚ୍ଚକୋଟୀର ଖେଳ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା। ଏଥରକୁ ମିଶାଇ ଉଭୟ ଖେଳାଳି ପରସ୍ପରକୁ ୧୩ ଥର ଭେଟିଥିବାବେଳେ ଫଳାଫଳ ସିନ୍ଧୁଙ୍କ ସପକ୍ଷରେ ୭-୬ ରହିଛି।
ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଓକୁହାରା ବିଶ୍ବର ୧ ନମ୍ବର ଖେଳାଳି ଚାଇନିଜ ତାଇପେର ତାଇ ଜୁ ୟିଙ୍ଗ୍‌ଙ୍କୁ ଭେଟିବେ। ଶନିବାର ଅନ୍ୟ ଏକ ସେମିଫାଇନାଲରେ ୟିଙ୍ଗ୍‌ ୧୫-୨୧, ୨୪-୨୨, ୨୧-୧୯ ଗେମରେ ୩ୟ ସିଡ୍‌ ଜାପାନର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories