www.samajalive.in
Saturday, December 13, 2025
18.1 C
Bhubaneswar

ଇଣ୍ଡୋନେସିଆ ଓପନ୍‌ : ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ

ଜାକର୍ତ୍ତା : ଏଠାରେ ଆୟୋଜିତ ଇଣ୍ଡୋନେସିଆ ଓପନ୍‌ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ। ମହିଳା ସିଙ୍ଗଲ୍‌ସର ପ୍ରଥମ ରାଉଣ୍ଡରେ ୫ମ ସିଡ୍‌ ପିଭି ସିନ୍ଧୁ ଜାପାନର ଆୟା ଓହରିଙ୍କୁ ୧୧-୨୧, ୨୧-୧୫ ଓ ୨୧-୧୫ ଗେମ୍‌ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି। ପ୍ରଥମ ଗେମ୍‌ରେ ପରାଜୟ ସତ୍ତ୍ବେ ସିନ୍ଧୁ ଦ୍ବିତୀୟ ଓ ତୃତୀୟ ଗେମ୍‌ରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହେବା ସହ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ। ଏହି ମ୍ୟାଚ୍‌ ପ୍ରାୟ ଏକଘଣ୍ଟା ଧରି ଚାଲିଥିଲା। ଓହରିଙ୍କ ବିପକ୍ଷରେ ସିିନ୍ଧୁଙ୍କର ଏହା ସିଧାସଳଖ ୭ମ ବିଜୟ। ଦ୍ବିତୀୟ ରାଉଣ୍ଡରେ ସିନ୍ଧୁଙ୍କ ମୁକାବିଲା ଡେନମାର୍କର ମିଆ ବ୍ଲିଚେଫ୍ଲେଡ ଓ ହଂକଂର ୟିପ୍‌ ପୁଇ ୟିନ୍‌ଙ୍କ ମଧ୍ୟରେ​‌ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତା ସହ ହେବ।
ପୁରୁଷ ସିଙ୍ଗଲ୍‌ସରେ ୮ମ ସିଡ୍‌ ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ଜାପାନର କେଣ୍ଟା ନିଶିମୋଟୋଙ୍କୁ ସିଧାସଳଖ ୨୧-୧୪, ୨୧-୧୩ ଗେମ୍‌ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୩୮ ମିିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ମୂଳରୁ ଶ୍ରୀକାନ୍ତ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ସହଜ ବିଜୟ ହାସଲ କରିଥି​େ​ଲ। ନିଶିମୋଟୋଙ୍କ ବିପକ୍ଷରେ ଶ୍ରୀକାନ୍ତଙ୍କର ଏହାର ୫ମ ବିଜୟ। ଦ୍ବିତୀୟ ରାଉଣ୍ଡରେ ଶ୍ରୀକାନ୍ତଙ୍କ ମୁକାବିଲା ଫ୍ରାନ୍‌ସର ବ୍ରେସ୍‌ ଲେଭେର୍ଡ ଓ ହଂକଂର ଏନ୍‌ଜି କା ଲଙ୍ଗ୍‌ଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତା ସହ ହେବ। ତେବେ ଅନ୍ୟତମ ଭାରତୀୟ ପୁରୁଷ ଖେଳାଳି ବି.ସାଇପ୍ରଣୀତ ପ୍ରଥମ ରାଉଣ୍ଡରେ ହଂକଂର ୱଙ୍ଗ୍‌ ୱିଙ୍ଗ୍‌ କି ଭିନ୍‌ସେଣ୍ଟଙ୍କ ଠାରୁ ୧୫-୨୧, ୨୧-୧୩, ୧୦-୨୧ ଗେମ୍‌ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories