www.samajalive.in
Sunday, December 14, 2025
17.1 C
Bhubaneswar

ସମ୍ପତ୍ତି ପାଇଁ ଜୀବନ ଗଲା: ବାପାମା’ ଛେଉଣ୍ଡ ହେଲେ ୪ ପୁଅଝିଅ; ଠେଙ୍ଗାରେ ପିଟି ପିଟି କକାଙ୍କୁ ମାରିଦେଲେ ପୁତରା

ସିନ୍ଧେକେଲା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢିପଦର ଗାଁରେ ଏକ ହତ୍ୟାକାଣ୍ଡ ଘଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜମି ବିବାଦକୁ ନେଇ ପୁତୁରା ମାନେ ନିଜ କକାଙ୍କୁ ପିଟି ପିଟି ହତ୍ୟା କରିଥିବାରୁ କକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁସାରେ ବୁଢିପଦର ଗ୍ରାମର ଗିରିଧାରୀ ପୁଟେଲ (୫୪) ଓ ଭାଇ କୈଳାସ ପୁଟେଲଙ୍କ ମଧ୍ୟରେ ଦୀର୍ଘ ଦିନରୁ ଜମି ବିବାଦ ଲାଗି ରହିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗତ ବର୍ଷ ଥାନାରେ ଏକ ମାମଲା ଦାୟର ହୋଇଥିବା ବେଳେ ସେମାନେ ଏହି ମାମଲାର ନିଜ ନିଜ ଭିତରେ ସମାଧାନ ମଧ୍ୟ କରିଥିଲେ । କିନ୍ତୁ ଗତ ମଙ୍ଗଳବାର ଦିନ ମଧ୍ୟାହ୍ନରେ ଗିରିଧାରୀ ଘରୁ ଖାଇପିଇ ହିଡ କାଟିବା ପାଇଁ ଜମିକୁ ଯାଇଥିଲେ। ସେଠାରେ ସେ ହିଡ କାଟୁଥିବା ବେଳେ ତାଙ୍କର ପୁତୁରା ମାନେ ନରୋତ୍ତମ ପୁଟେଲ, ପ୍ରେମଲାଲ ପୁଟେଲ, ଟିକିନା ପୁଟେଲ ଓ ଲଥିନ ପୁଟେଲ ଜମିରେ ପହଞ୍ଚି କକା ଗିରିଧାରୀଙ୍କୁ ହିଡ କାଟିବାକୁ ମନା କରିଥିଲେ। ଏହା ସହ ସେମାନଙ୍କ ଭିତରେ ଦୀର୍ଘ ସମୟ ଧରି ବଚସା ମଧ୍ୟ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଇ ପୁତୁରା ନିଜର କକା ଗିରିଧାରୀଙ୍କୁ ଠେଙ୍ଗାରେ ପିଟି ଥିଲେ। ଫଳରେ ଗୁରୁତର ହୋଇ ସେଠାରେ ପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସିନେ୍ଧକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଦେଇଥିଲେ କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ସିନେ୍ଧକେଲା ଥାନାରେ ଏକ ମାମଲା ରୁଜୁ କରି ପ୍ରେମଲାଲ ଓ ତାଙ୍କ ବାପା କୈଳାସଙ୍କୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ଟିଟିଲାଗଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଗିରିଧାରୀ ପୁଟେଲ ପ୍ରାୟ ୨୦ ବର୍ଷ ତଳେ ପରିବାର ସହ ଛତିଶଗଡ ରାଜ୍ୟ ରାୟପୁରର ଏକ ବଗିଚାରେ କାମ କରୁଥିଲେ । ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ହେବାରୁ ଗାଁକୁ ଫେରିଆସି ଚିକିତ୍ସା କରାଉଥିଲେ କିନ୍ତୁ ମାସେ ତଳେ ତାଙ୍କ ସ୍ତ୍ରୀର ମୃତ୍ୟୁ ହୋଇଥିଲା । କୋଡିଏ ବର୍ଷ ବାହାରେ ଦାଦନ ଖଟି ନିଜ ଘରକୁ ଫେରିବାର ବର୍ଷେ ନ ପୁରୁଣୁ ସମ୍ପତ୍ତି ପାଇଁ ତାଙ୍କର ଜୀବନ ଗଲା ବୋଲି ଚର୍ଚ୍ଚା ହେଉଛି। ଏହି ହତ୍ୟାକାଣ୍ଡ କୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଆଗରୁ ମାଁ ଛେଉଣ୍ଡ ଏବେ ବାପା ଛେଉଣ୍ଡ ୪ପୁଅ ଝିଅ ଏବେ ଅସହାୟ ଅବସ୍ଥାରେ। ଗରିବ ଶ୍ରେଣୀର ହୋଇଥିବାରୁ ମାଁ ବାପାଙ୍କ ମୃତ୍ୟୁ ପରେ ପୁଅ ଝିଅର ଲାଳନପାଲନ, ପାଠପଢା ସହ ବିବାହ କରିବା କଷ୍ଟ ହୋଇପାରେ। ଉକ୍ତ ନିରାଶ୍ରୟ ସନ୍ତାନଙ୍କୁ ସରକାର ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories