www.samajalive.in
Sunday, December 7, 2025
23.1 C
Bhubaneswar

ପୁଅ ବାପାକୁ ମାରି ମାଟିରେ ପୋତିବା ଘଟଣା; ଘରକୁ ଫେରିଲା ନିଖୋଜ ମାଆ 

ସିମୁଳିଆ: ବାପା ପ୍ରଭାକର ବେହେରାଙ୍କ ମୃତଦେହ ଶୁକ୍ରବାର ଘର ପଛପଟ ଚାଷ ଜମିରୁ ଉଦ୍ଧାର ହେବା ପରେ ନିଖୋଜ ମାଆ ଚମ୍ପା ବେହେରାଙ୍କୁ ଖୋଜିବା ଆରମ୍ଭ କରିଥିଲା ସିମୁଳିଆ ପୁଲିସ। ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏକ ଅଟୋରେ ସୋମବାର ଘରକୁ ଫେରିଛି ମାଆ ଚମ୍ପା।

ସୂଚନାରୁ ପ୍ରକାଶ, ବାଲେଶ୍ବର ଜିଳା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ପୁଅ ରମେଶ ଚନ୍ଦ୍ର ବେହେରା ବାପା ପ୍ରଭାକର ବେହେରାଙ୍କୁ ହତ୍ୟା କରି ବିଲରେ ପୋତି ଦେଇଥିବାବେଳେ ମାଆ ଚମ୍ପା ବେହେରା ନିଖୋଜ ଥିଲେ। ଏହି ଘଟଣା ପୁଲିସର ନିଦ ହଜାଇ ଦେଇଥିଲା। କାରଣ ପୁଅ ମାଆକୁ ମାରି ବିଲରେ ପୋତିଦେଇଥିବା ନେଇ ପୁଲିସକୁ ସନ୍ଦେହ ଘାରିଥିଲା । ତେବେ ସେହି ସନ୍ଦେହରେ ରବିବାର ସିମୁଳିଆ ପୁଲିସ ପକ୍ଷରୁ ଏକ ଜେସିବି ସାହାଯ୍ୟରେ ବିଲରେ ଖୋଜିବା ଆରମ୍ଭ କରିଥିଲା। ମାତ୍ର ପୁଲିସ ହାତରେ ସେଭଳି କିଛି ସୁରାକ ଲାଗି ନ ଥିଲା । ବାପା, ମାଆ ନିଖୋଜ ନେଇ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ମମତାଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଶୁକ୍ରବାର ରମେଶଙ୍କ ଘର ପଛପଟେ ବାପାଙ୍କ ମୃତଦେହ ବିଲରେ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରିଥିଲା। ମାଆ ନିଖୋଜ ନେଇ ପରିବାର ଲୋକ ଓ ଗ୍ରାମବାସୀ ଆଶଙ୍କାରେ ଥିବାବେଳେ ଘଟଣାର ୮ଦିନ ବିତିଯାଇଥିବାରୁ ଅଭିଯୁକ୍ତ ପୁଅକୁ ଧରିବାରେ ସଫଳ ନ ହେବା ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ମାତ୍ର ସମସ୍ତ ଆଶା ଆଶଙ୍କାର ଅନ୍ତ ଘଟାଇ ଆଜି ଏକ ଅଟୋ ସାହାଯ୍ୟରେ ଘରେ ଆସି ପହଞ୍ଚିଛନ୍ତି ମାଆ ଚମ୍ପା। ଚମ୍ପାଙ୍କୁ ଦେଖିବା ପାଇଁ ଗ୍ରାମରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରୁ ଚମ୍ପାଙ୍କୁ ନିଜ ହେପାଜତକୁ ନେଇ ହତ୍ୟା ଘଟଣାର ତଦନ୍ତ ଜାରି ରଖିଛି ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories