www.samajalive.in
Monday, December 8, 2025
20.1 C
Bhubaneswar

ସିମୁଳିଆ କଗ୍ରେଂସର ପରିବର୍ତ୍ତନ ସମାବେଶ 

ସିମୁଳିଆ: ସିମୁଳିଆ ବ୍ଲକ କଂଗ୍ରେସ ପକ୍ଷରୁ ଅଡାଠାରେ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସୂଚନାରୁ ପ୍ରକାଶ ସାଧାରଣ ନିର୍ବାଚନ ଆଉ ୪୦ଦିନ ବାକିଥିବାବେଳେ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶକ୍ରମେ ବ୍ଲକ କଂଗ୍ରେସ ପକ୍ଷରୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଡାପଡିଆରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଶାଳ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟଅତିଥିଭାବେ ପ୍ରଦେଶ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ନିଜର ଅଭିଭାଷଣରେ କଂଗ୍ରେସ ସରକାରକୁ ଆସିଲେ ଜନସାଧାରଣ ନିମନ୍ତେ ୯ଟି ଇସ୍ତାହାର ଘୋଷଣା କରିଥିଲେ । ରାଜ୍ୟରେ ୨୫ବର୍ଷ ଧରି ଚାଲିଥିବା ସରକାର ଖଣି,ଖାଦାନ,ଚିଟଫଣ୍ଡ ଭଳି ବିଭିନ୍ନ ଦୁର୍ନିତୀ ଜଡିତ ଥିବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ଶାସନ ପରିବର୍ତ୍ତେ ଏକ ଅଣ ଓଡିଆ ଶାସନ ଚାଲିଛି ବୋଲି ପ୍ରକାଶ କରିଥିଲେ । ଏଥି ସହିତ ରାଜ୍ୟରେ କଂଗ୍ରେସ ୯୦ଟି ବିଧାନସଭା ଆସନ ଜିତି ସରକାର ଗଡିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ ।

- Advertisement -

ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ପଚରା ଯାଇଥିବାବେଳେ ଜନସାଧାରଣଙ୍କ ସହିତ ଯେଉଁକର୍ମୀ କାର୍ଯ୍ୟ କରୁଥିବେ ପରୋକ୍ଷରେ ଜିଲ୍ଲା ଉପସଭାପତି ହିମାଂଶୁ ବେହେରାଙ୍କୁ ଦଳ ପକ୍ଷରୁ ବିଧାୟକ ପ୍ରାର୍ôଥଭାବେ ଇଙ୍ଗିତ କରିଥିବା ଜଣାଯାଇଛି । ସଭା ପ୍ରାରମ୍ଭରେ ଜିଲ୍ଲା ଉପସଭାପତି ଶ୍ରୀ ବେହେରାଙ୍କ ନେତୃତ୍ୱରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ବିଶାଳ ବାଇକ ଶୋଭାଯାତ୍ରାରେ ରାଣିତାଲରୁ ଅଡାପଡିଆରେ ଅନୁଷ୍ଠିତ ପରିବର୍ତ୍ତନ ସମାବେଶ ସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ସଭାପତି ଅଶୋକ ଦାସ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଭଦ୍ରକ ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ମଧୁସ୍ମିତା ସେଠୀ ପ୍ରମୁଖ ଯୋଗଦେଇ ସିମୁଳିଆ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ଜିତାଇବାକୁ କର୍ମୀ ତଥା ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଶ୍ରୀ ବେହେରା ଏହି ପରିବର୍ତ୍ତନ ସଭା କାର୍ଯ୍ୟକ୍ରମରେ ଖଇରା ବ୍ଲକ କଂଗ୍ରେସ ସଭାପତି ଶରତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭା ଶେଷରେ ସିମୁଳିଆ ବ୍ଲକ କଂଗ୍ରେସ ସଭାପତି ଅନିରୋଧ ଶିଅଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିବର୍ତ୍ତନ ସମାବେଶରେ ବହୁ ଜନସାଧାରଣ ବ୍ୟତୀତ ଅନେକ କର୍ମୀ ଉପସ୍ଥିତ ଥିଲେ ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories