www.samajalive.in
Monday, December 15, 2025
27.1 C
Bhubaneswar

ସିମୁଳିଆ କଗ୍ରେଂସର ପରିବର୍ତ୍ତନ ସମାବେଶ 

ସିମୁଳିଆ: ସିମୁଳିଆ ବ୍ଲକ କଂଗ୍ରେସ ପକ୍ଷରୁ ଅଡାଠାରେ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସୂଚନାରୁ ପ୍ରକାଶ ସାଧାରଣ ନିର୍ବାଚନ ଆଉ ୪୦ଦିନ ବାକିଥିବାବେଳେ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶକ୍ରମେ ବ୍ଲକ କଂଗ୍ରେସ ପକ୍ଷରୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଡାପଡିଆରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଶାଳ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟଅତିଥିଭାବେ ପ୍ରଦେଶ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ନିଜର ଅଭିଭାଷଣରେ କଂଗ୍ରେସ ସରକାରକୁ ଆସିଲେ ଜନସାଧାରଣ ନିମନ୍ତେ ୯ଟି ଇସ୍ତାହାର ଘୋଷଣା କରିଥିଲେ । ରାଜ୍ୟରେ ୨୫ବର୍ଷ ଧରି ଚାଲିଥିବା ସରକାର ଖଣି,ଖାଦାନ,ଚିଟଫଣ୍ଡ ଭଳି ବିଭିନ୍ନ ଦୁର୍ନିତୀ ଜଡିତ ଥିବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ଶାସନ ପରିବର୍ତ୍ତେ ଏକ ଅଣ ଓଡିଆ ଶାସନ ଚାଲିଛି ବୋଲି ପ୍ରକାଶ କରିଥିଲେ । ଏଥି ସହିତ ରାଜ୍ୟରେ କଂଗ୍ରେସ ୯୦ଟି ବିଧାନସଭା ଆସନ ଜିତି ସରକାର ଗଡିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ ।

- Advertisement -

ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ପଚରା ଯାଇଥିବାବେଳେ ଜନସାଧାରଣଙ୍କ ସହିତ ଯେଉଁକର୍ମୀ କାର୍ଯ୍ୟ କରୁଥିବେ ପରୋକ୍ଷରେ ଜିଲ୍ଲା ଉପସଭାପତି ହିମାଂଶୁ ବେହେରାଙ୍କୁ ଦଳ ପକ୍ଷରୁ ବିଧାୟକ ପ୍ରାର୍ôଥଭାବେ ଇଙ୍ଗିତ କରିଥିବା ଜଣାଯାଇଛି । ସଭା ପ୍ରାରମ୍ଭରେ ଜିଲ୍ଲା ଉପସଭାପତି ଶ୍ରୀ ବେହେରାଙ୍କ ନେତୃତ୍ୱରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ବିଶାଳ ବାଇକ ଶୋଭାଯାତ୍ରାରେ ରାଣିତାଲରୁ ଅଡାପଡିଆରେ ଅନୁଷ୍ଠିତ ପରିବର୍ତ୍ତନ ସମାବେଶ ସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ସଭାପତି ଅଶୋକ ଦାସ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଭଦ୍ରକ ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ମଧୁସ୍ମିତା ସେଠୀ ପ୍ରମୁଖ ଯୋଗଦେଇ ସିମୁଳିଆ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ଜିତାଇବାକୁ କର୍ମୀ ତଥା ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଶ୍ରୀ ବେହେରା ଏହି ପରିବର୍ତ୍ତନ ସଭା କାର୍ଯ୍ୟକ୍ରମରେ ଖଇରା ବ୍ଲକ କଂଗ୍ରେସ ସଭାପତି ଶରତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭା ଶେଷରେ ସିମୁଳିଆ ବ୍ଲକ କଂଗ୍ରେସ ସଭାପତି ଅନିରୋଧ ଶିଅଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିବର୍ତ୍ତନ ସମାବେଶରେ ବହୁ ଜନସାଧାରଣ ବ୍ୟତୀତ ଅନେକ କର୍ମୀ ଉପସ୍ଥିତ ଥିଲେ ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories