www.samajalive.in
Monday, December 15, 2025
26.1 C
Bhubaneswar

ଚା ଦୋକାନକୁ ଧକ୍କା ଦେଲା ଟାଟା ମ୍ୟାଜିକ୍ ଗାଡି: ସ୍ୱାମୀ, ସ୍ତ୍ରୀ ଗୁରୁତର

ସିମୁଳିଆ: ବାଲେଶ୍ଵର ଜିଲ୍ଲା ଜାତୀୟ ରାଜପଥରେ ଏକ ଚା ଦୋକାନ ଉପରକୁ ଟାଟା ମ୍ୟାଜିକ୍ ଗାଡି ମାଡିଯାଇଛି। ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଟାଟା ମ୍ୟାଜିକ୍ ଗାଡିଟି ପଶ୍ଚିମବଙ୍ଗ କଲିକତାରୁ ରାୟଗଡା ଟିକିରି ଯାଉଥିଲା। ଟାଟା ମ୍ୟାଜିକ୍ ଗାଡି ଚାଳକଙ୍କୁ ନିଦ ଲାଗିଯିବାରୁ ହଠାତ ଷଣ୍ଢ ଗାଡି ଆଗକୁ ଚାଲିଆସିଥିଲା। ଫଳରେ କୁଣିଆରୀ ଛକ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଏକ ଚା ଦୋକାନ ଗୁମୁଟି ଉପରକୁ ମାଡିଯାଇଥିଲା । ଫଳରେ ଦୋକାନ ଭିତରେ ଥିବା କୁଣିଆରୀ ଅଞ୍ଚଳର କାର୍ତ୍ତିକ ସିଂଙ୍କ ପୁଅ ଲକ୍ଷ୍ମଣ ସିଂ ଓ ବୋହୁ ଗୀତାଞ୍ଜଳୀ ସିଂ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଖବର ପାଇ ସିମୁଳିଆ ପୁଲିସ୍‌ ଘଟଣା ସ୍ଥଳରେ ପହଁଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories