www.samajalive.in
Saturday, December 6, 2025
23.1 C
Bhubaneswar

୨ ହଜାର ଟଙ୍କା ଧାରକୁ ନେଇ ଭୁଜାଲି ମାଡ: ୩ ଗୁରୁତର

ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍  ଚାଉଁରିଆପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ୨ ହଜାର ଟଙ୍କା ଧାରକୁ ନେଇ ଭୁଜାଲି ମାଡ଼ ହୋଇଛି।  ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୂତାବକ ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୂରପେଟା ଗାଁର ହରି ପ୍ରଧାନ ଙ୍କ ପୁଅ ବିଷ୍ଣୁ ପ୍ରଧାନ (୨୨) ବାଗେଡିଆ ଥାନା ଅନ୍ତର୍ଗତ ଚାଉଁରିଆପାଳ ଗାଁର ବବ୍ଲୁ ନାମକ ଜଣେ ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ଧାର ଦେଇଥିଲେ।  ବିଷ୍ଣୁ ବାରମ୍ବାର ଟଙ୍କା ମାଗିଥିଲେ ହେଲେ ବବ୍ଲୁ ଧାର ଟଙ୍କା ଦେବାକୁ ତାଙ୍କ ଗାଁ ଚାଉଁରିଆପାଳ କୁ ଡାକିଥିଲା। ବିଷ୍ଣୁ ଜଣେ ଟ୍ରକ ଡ୍ରାଇଭର। ତେଣୁ ଏକ ବାଇକ୍ ରେ ବିଷ୍ଣୁ ତାଙ୍କ ସାଙ୍ଗ ପିନୁ ନାୟକ (୨୭) ଓ ଶୁକାନ୍ତ ମାଝୀ (୨୩) ଙ୍କୁ ନେଇ ଚାଉଁରିଆପାଳ ଗାଁକୁ ଯାଇଥିଲେ। ସେହି ସମୟରେ ବବ୍ଲୁ ତାଙ୍କ ସାଙ୍ଗମାନଙ୍କୁ ଧରି ଏକ ଭୁଜାଲି ରେ ତିନିଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ଏଠାରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏନେଇ ଥାନାରେ କୈଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories