www.samajalive.in
Saturday, December 6, 2025
15.1 C
Bhubaneswar

କଦାପି ଦାନ୍ତରେ ନଖ ଛିଣ୍ଡାନ୍ତୁ ନାହିଁ ; କ୍ରୋଧ କରିଥାଆନ୍ତି ମା’ଲକ୍ଷ୍ମୀ..

ସଭିଏଁ ଚାହିଁଥାଆନ୍ତି ଗୃହରେ ସୁଖଶାନ୍ତିର ବାତାବରଣ ରହୁ, ସଦସ୍ୟଙ୍କ ମଧ୍ୟରେ ଉତମ ବୁଝାମଣା ଓ ସ୍ନେହଶ୍ରଦ୍ଧା ରହୁ, ଧନର ଆଗମନ ହେଉ, ନକରାତ୍ମକ ଶକ୍ତି ଦୂର ହେଉ। ଏହିସବୁ ଜିନିଷ ପାଇଁ ଆପଣଙ୍କୁ କେତେକ ଦିଗ ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ଜାଣତରେ ଅଜାଣତରେ ହେଉଥିବା ସେହି ଭୁଲ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜାଣନ୍ତୁ..
ଭୋଜନ କରିବା ସମୟରେ ପୂର୍ବ କିମ୍ବା ଉତର ଦିଗକୁ ମୁହଁ କରି ଭୋଜନ କରନ୍ତୁ।
ଜୋତା ଚପଲ ପିନ୍ଧି ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧନହାନି ହୋଇଥାଏ। ଧନର ଅଭାବ ଲାଗି ରହିଥାଏ।
ଭଗବାନଙ୍କ ନିକଟରେ ଲାଗି ହେଉଥିବା ଫୁଲକୁ ଘରେ ରଖନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ ଘରେ ଶୁଖିଲା ଫୁଲ ରଖିବା ଉଚିତ ନୁହେଁ। ଧନର କ୍ଷୟ ହୋଇଥାଏ ବୋଲି ମଧ୍ୟ କୁହାଯାଏ।
ଅଁଇଠା ହାତରେ ଘିଅ କିମ୍ବା କ୍ଷୀରକୁ ସ୍ପର୍ଶ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ଅଭାବ ହୋଇନଥାଏ।
ରାତିରେ ଦହିର ସେବନ କରନ୍ତୁ ନାହିଁ।
କଦାପି ମଧ୍ୟ ଦାନ୍ତରେ ନଖ ଛିଣ୍ଡାନ୍ତୁ ନାହିଁ। ଏଭଳି ବଦଅଭ୍ୟାସ ଥିଲେ ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
ସର୍ବଦା ସୂର୍ଯ୍ୟୋଦୟ ପୂର୍ବରୁ ଶେଯ ତ୍ୟାଗ କରନ୍ତୁ। ଯେଉଁ ଘରେ ପରିବାର ସଦସ୍ୟ ସୂର୍ଯ୍ୟୋଦୟ ପରେ ମଧ୍ୟ ଶୋଇ ରହିଲେ ଘରେ ଅଶାନ୍ତି ଲାଗି ରହେ। ଉନ୍ନତି ହୋଇନଥାଏ। ଅଯଥାରେ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories