mission shakti banner

ଏହି ଗୋଟିଏ ଉପାୟରେ ଦୂର ହେବ ଶନିଙ୍କ କୋପ,ଦଶା ; ମିଳିବ କୃପା

BSKY banner  750×100

ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିଦେବତା କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଆନ୍ତି। ତେବେ ଶନିଙ୍କ କ୍ରୋଧରୁ ମୁକ୍ତି ପାଇଁ ଓ କୃପା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି।

କର୍ମ ଅନୁଯାୟୀ ଫଳ ପ୍ରଦାନ କରୁଥିବା ଶନିଦେବତା ଭଲ କର୍ମ ପାଇଁ ଭଲ ଫଳ ପ୍ରଦାନ କରିଥାଆନ୍ତି।

ପୁରାଣ ଅନୁଯାୟୀ, ଶନିବାର ଦିନ ଯେଉଁ ବ୍ୟକ୍ତି ନିୟମିତ ରୂପରେ ଅଶ୍ୱତ୍ଥ ବୃକ୍ଷକୁ ସ୍ପର୍ଶ କରନ୍ତି, ସେମାନଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ। ଶନିଙ୍କ କୋପରୁ ମଧ୍ୟ ରକ୍ଷା ମିଳିଥାଏ। ଶନିବାର ଦିନ ପ୍ରାତଃ ସମୟରେ ଉଠି ସ୍ନାନ କରି ଅଶ୍ୱତ୍ଥ ବୃକ୍ଷକୁ ସ୍ପର୍ଶ କଲେ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ।

ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷକୁ ଦୁଇ ହସ୍ତରେ ସ୍ପର୍ଶ କରିବା ସହ ‘ଓଁ ନମଃ ଶିବାୟ’ ମନ୍ତ୍ର ୧୦୮ ଥର ଜପ କରିବା ଦ୍ୱାରା ସମସ୍ତ ଗ୍ରହ ଦୋଷ ଓ ଗ୍ରହଙ୍କ କୁପ୍ରଭାବ ନଷ୍ଟ ହୋଇଯାଏ। ଦୁଃଖ ଦୂର ହୋଇଥାଏ। ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରିବା ସହ ସନ୍ଧ୍ୟା ସମୟରେ ଦୀପ ଲଗାଇଲେ ଶନିଦେବତା ପ୍ରସନ୍ନ ହୋଇଥାଆନ୍ତି। ଶନିଙ୍କ କୋପ,ଦଶାରୁ ମୁକ୍ତି ମିଳିବା ସହ କୃପା ପ୍ରାପ୍ତି ହୋଇଥାଏ।

 

Comments are closed.