ନୂଆଦିଲ୍ଲୀ: ଶୁକ୍ରବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇ ବିଜୟ ହୋଇଥିଲା କୋଲକତା ନାଇଟ ରାଇଡର୍ସ। ୧୮୩ରନର ଟାର୍ଗେଟକୁ ସହଜରେ ପୁରା କରିଥିଲା କୋଲକତା। ଟିମର ଏହି ବୃହତ ବିଜୟ ପରେ ଗୌତମ ଗମ୍ଭୀର ସମସ୍ତ ସଦସ୍ୟଙ୍କୁ ପଡିଆରେ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ଏକ ବିଶେଷ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଛି। ଏହି ଦୃଶ୍ୟ ଦେଖିବା ପରେ ଉଭୟ ଟିମର ପ୍ରଶଂସକ ମାନେ ମଧ୍ୟ ତାଜୁବ ହୋଇଥିଲେ। ଦୃଶ୍ୟଟି ଥିଲା ଟାଇମ୍ ଆଉଟ ସମୟରେ ବିରାଟ କୋହଲି ଓ ଗୌତମ ଗମ୍ଭୀର ପରସ୍ପରକୁ ଆଲିଙ୍ଗନ କରି ହାତ ମିଳିଇଥିଲେ। ପରସ୍ପର ହସି ହସି କିଛି ସମୟ କଥାବାର୍ତ୍ତା କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏଠାରେ କହି ରଖୁଛୁ ଯେ ୨୦୨୩ ଆଇପିଏଲରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ କଥା ହାଇଭୋଲଟେଜ୍ ଲଢେଇ ଦେଖିବାକୁ ମିଳିଥିଲା। ସେତେବେଳେ ଗମ୍ଭୀର କେକେଆର କ୍ୟାପଟେନ ଥିବା ବେଳେ ବିରାଟ କୋହଲି ଆରସିବିର କ୍ୟାପଟେନ ଥିଲେ।
Things we love to see 😊
VK 🤝 GG
Follow the Match ▶️https://t.co/CJLmcs7aNa#TATAIPL | #RCBvKKR pic.twitter.com/jAOCLDslsZ
— IndianPremierLeague (@IPL) March 29, 2024



