www.samajalive.in
Friday, November 14, 2025
25.1 C
Bhubaneswar

ଟ୍ରକ ପଛରେ ଧକ୍କା ଦେଲା ଟ୍ରାବେରା ଗାଡି ; ମହିଳାଙ୍କ ମୃତ୍ୟୁ, ୭ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନହରପାଟଣା ବାରେଣି ପୋଲ ଠାରେ ବିଳମ୍ୱିତ ରାତି ୨.୩୦ ମିନିଟରେ ଟ୍ରକ ପଛରେ ଧକ୍କା ଦେଲା ଫୋର୍ସ ଗାଡି। ଏହି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ମହିଳା ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ରାଧାନଗର ଅଞ୍ଚଳର ଅର୍ଚ୍ଚନା ସାନ୍ତରା।
ସୂଚନା ମୁତାବକ,ପଶ୍ଚିମ ମେଦିନୀପୁର ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଏକ ଟ୍ରାବେରା ଗାଡି ପୁରୀ ଯାଇଥିଲା। ସେଠାରେ ଜଗନ୍ନାଥ ଦର୍ଶନ କରି ଘରକୁ ଯାଉଥିବା ବେଳେ ରାତି ୨.୩୦ ମିନିଟ ସମୟରେ ବାଲେଶ୍ଵର ୧୬ ନଂ ଜାତୀୟ ରାଜପଥ ନହରପାଟଣା ବାରେଣି ପୋଲ ଠାରେ ଡ୍ରାଇଭର ଭାରସାମ୍ୟ ହରାଇ ଆଗରେ ଯାଉଥିବା ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଏହି ଧକ୍କାରେ ୮ ଜଣ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଳୟରେ ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories