www.samajalive.in
Saturday, December 6, 2025
16.1 C
Bhubaneswar

ଯୁବା ବୟସ ବଜାୟ ରଖିବାକୁ ଇଚ୍ଛୁକ କି?

ସୁନ୍ଦରତା ବଜାୟ ରଖିବାକୁ ତ୍ୱଚା ପାଇଁ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରିବା ସହ ସ୍ୱତନ୍ତ୍ର ଖାଦ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ। ବିଶେଷ କରି ୪୦ ବର୍ଷ ପରେ ସାଧାରଣତଃ ମହିଳାଙ୍କ ନିକଟରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ପୋଷଣ ଜନିତ ଆବଶ୍ୟକତା ସହ ସଠିକ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ଖାଦ୍ୟରୁ ମିଳୁଥିବା ଶକ୍ତିରେ ଧିରେ ଧିରେ ପରିବର୍ତ୍ତନ ହୋଇଥାଏ। ତେଣୁ ସ୍ୱାସ୍ଥ୍ୟକର ଓ ରୋଗ ମୁକ୍ତ ରହିବା ପାଇଁ ମହିଳା ମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ କିଛି ସ୍ୱତନ୍ତ୍ର ଖାଦ୍ୟକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ବିଶେଷ କରି ମହିଳାଙ୍କୁ ୪୦ ବର୍ଷ ହେବା ମାତ୍ରେ ଏହି ଖାଦ୍ୟକୁ ନିଜ ଖାଦ୍ୟରେ ସାମିଲ କରିବା ନିତାନ୍ତ ଆବଶ୍ୟକ। ୪୦ ବର୍ଷରେ ମଧ୍ୟ ନିଜକୁ ୨୦ ବର୍ଷ ଭଳି କରିବା ପାଇଁ ଏହି ଜିନିଷକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।
ଗ୍ରୀନ ଟି ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବେଶ ଲାଭଦାୟକ। ଏହା ମେଟାବୋଲିଜିୟମକୁ ସଠିକ ସ୍ତରରେ ରଖିଥାଏ। ଗ୍ରୀନ ଟିରେ ଆଣ୍ଟି -ଅକ୍ସିଡାଣ୍ଟ ରହିଥାଏ। ଯାହା ଶରୀରରୁ ଅଦରକାରୀ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ୪୦ ବର୍ଷ ପରେ ଗ୍ରୀନ ଟିର ସେବନ ଦ୍ୱାରା ଶକ୍ତି ସ୍ତର ବୃଦ୍ଧି ହେବା ସହ ଓଜନ ହ୍ରାସ କରିଥାଏ।
୪୦ ବର୍ଷ ପରେ ପୁରୁଷ ଓ ମହିଳା ଉଭୟଙ୍କୁ ନିଜ ଦୈନନ୍ଦିନ ଜୀବନରେ ଋତୁ ଅନୁଯାୟୀ ବିଭିନ୍ନ ପ୍ରକାର ଫଳ ସହ ସେଓ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ବିଭିନ୍ନ ପ୍ରକାର ଫଳ ମଧ୍ୟରେ ସେଓ ଆଣ୍ଟି-ଅକ୍ସିଡାଣ୍ଟ ସହ ବିଭିନ୍ନ ପ୍ରକାର ଫାଇବରରେ ଭରପୁର। ଏହା ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ଦୂରେଇ ରଖିଥାଏ। ମେଟାବୋଲିଜିୟମ ସ୍ତର ସଠିକ ରଖିଥାଏ। କୋଲେଷ୍ଟେରୋଲକୁ ନିୟନ୍ତ୍ରଣ କରିଥାଏ।
୪୦ ରୁ ୫୦ ବର୍ଷ ମଧ୍ୟରେ ମହିଳା ଓ ପୁରୁଷ ଉଭୟ ମାଂସପେଶୀ ଜନିତ ସମସ୍ୟାକୁ ରୋକିବା ପାଇଁ ଓଜନ ହ୍ରାସ ପ୍ରତି ଗୁରୁତ୍ୱ ଦେଇଥାଆନ୍ତି। ମାତ୍ର ଓଜନ ହ୍ରାସ ପ୍ରତି ଦୃଷ୍ଟି ଦେଉଥିଲେ ମଧ୍ୟ ୪୦ ବର୍ଷ ପରେ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ ଯୁକ୍ତ ଖାଦ୍ୟର ସେବନ କରନ୍ତୁ।
ମେଥି ଦାନାର ସେବନ ଦ୍ୱାରା ଏହା ଶରୀରରେ ଫ୍ୟାଟ୍‌‌କୁ କମାଇବା ସହ ପାଚନ ତନ୍ତ୍ରକୁ ସୁସ୍ଥ, ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories