www.samajalive.in
Saturday, December 6, 2025
14.1 C
Bhubaneswar

ପରକିୟା ପ୍ରୀତିରୁ ପତ୍ନୀ ପ୍ରେମିକର ତଣ୍ଟି କାଟି ଯୁବକ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ମଝି ସାହିରେ ପରକିୟା ପ୍ରୀତିକୁ ନେଇ ପତ୍ନୀ ପ୍ରେମିକର ତଣ୍ଟି କାଟିଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ବାରିଆ ଥାନା ବଳା ଗ୍ରାମର ଚିନ୍ମୟ ମୁଣ୍ଡା (୩୨) ବୋଲି ଜଣାପଡିଛି। ତୁରୁମୁଙ୍ଗା ମଝିସାହିର ଭାଗୀରଥି ମୁଣ୍ଡା (୨୮) ଘରେ ଖଟିଆରେ ଶୋଇଥିବା ବେଳେ ଚିନ୍ମୟ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଭାଗୀରଥିଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ ତୁରୁମୁଙ୍ଗା ଥାନାରେ ୫୭/୨୦୨୩ ରେ‌ ଏକ ମାମଲା ରୁଜୁ କରାଯାଇ ଥାନା ସବ୍ ଇନ୍ସପେକ୍ଟର ହରି ଶଙ୍କର ନାଏକ ଘଟଣାର ତଦନ୍ତ କରି ଅଭିଯୁକ୍ତ ଚିନ୍ମୟ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories