www.samajalive.in
Saturday, December 6, 2025
16.1 C
Bhubaneswar

ଭ୍ରମଣର ଭିନ୍ନ ମଜା ପାଇଁ ଯାଆନ୍ତୁ ଶିମିଳିପାଳ

ଓଡ଼ିଶାର ମୟୂରଭଞ୍ଜ ଜିଲାରେ ସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ। ଏହା ପ୍ରାୟ ୧୪୫.୭୦ ବର୍ଗ କି.ମି ବିସ୍ତାରିତ ହୋଇରହିଛି। ଏହି ଉଦ୍ୟାନରେ ଭିନ୍ନ ଭିନ୍ନ ବୃକ୍ଷଲତା ମଧ୍ୟ ରହିଛି। ଯାହା ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରି ଦେଇଥାଏ। ଏହା ଭାରତର ଏକ ବୃହତ୍ତ ଜାତୀୟ ଉଦ୍ୟାନ ଭାବେ ପରିଚିତ। ପ୍ରକୃତିର ସୁନ୍ଦର ରୂପ ଏହି ସ୍ଥାନକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।
ଜାତୀୟ ଉଦ୍ୟାନର ବିଶେଷତ୍ୱ –
ପଶୁପକ୍ଷୀ – ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଦେଖିବାକୁ ମିଳେ। ଚିତାବାଘ, ହାତୀ, ବିଲୁଆ, ଭାଲୁ, ଜଙ୍ଗଲୀ ନେଉଳ, କଇଁଛ, ସମ୍ବର, କୁମ୍ଭୀର ଆଦି ରହିଛନ୍ତି। ଏଠାରେ ପ୍ରାୟ ୨୩୦ ପ୍ରକାରର ପକ୍ଷୀ ରହିଛନ୍ତି। ଏହାସହ ଏଠାରେ ବିଭିନ୍ନ ପ୍ରଜାତିର ସାପ ଓ କଇଁଛ ମାନଙ୍କୁ ଦେଖି ପାରିବେ।
ଗଛଲତା –
ଶିମିଳିପାଳ ଜାତୀୟ ଉଦ୍ୟାନରେ ୧୦୭୬ ପ୍ରକାର ପ୍ରଜାତିର ଗଛଲତା ରହିଛି। ଏଠାରେ ଥିବା ଗଛଲତାକୁ ବିଭିନ୍ନ ଔଷଧ ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଏ। ୟୁକାଲିପଟାସ ଗଛ ଏହି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଅଧିକ ବଢାଇ ଦେଇଥାଏ।
ସଫାରୀ –
ଏହି ଜଙ୍ଗଲରେ ଆପଣ ସଫାରୀର ମଜା ନେଇପାରିବେ। ସଫାରୀରେ ଆପଣ ବିଭିନ୍ନ ପ୍ରକାରର ଜଙ୍ଗଲୀ ଜୀବଜନ୍ତୁ , ପଶୁପକ୍ଷୀ ସହ ଅତି ନିକଟରୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖି ପାରିବେ। ଝରଣାର ସୁନ୍ଦର ରୂପକୁ ମଧ୍ୟ ଅତି ନିକଟରୁ ଦେଖି ହୋଇଥାଏ। ପ୍ରକୃତିପ୍ରେମୀଙ୍କୁ ଏହି ସ୍ଥାନ ଖୁବ ପସନ୍ଦ ଆସିଥାଏ।
ଗମନାଗମନ ଦୃଷ୍ଟିରୁ ନିକଟତର ବିମାନବନ୍ଦର ଭୁବନେଶ୍ୱର। ବାରିପଦା ଠାରୁ ୬୦ କିମି ଦୂରରେ ସ୍ଥିତ ବାଲେଶ୍ୱର ନିକଟତର ରେଳ ଷ୍ଟେସନ। ସେଠାରୁ ଟ୍ୟାକ୍ସିରେ ଆପଣ ଯାଇପାରିବେ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories