www.samajalive.in
Saturday, December 6, 2025
16.1 C
Bhubaneswar

ଇଣ୍ଡୋନେସିଆରେ ସିଲଭର୍‌ମେନ୍‌

ନୂଆଦିଲ୍ଲୀ: କିଛି ମାସ ପୂର୍ବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ରୂପା ରଙ୍ଗ ହୋଇଥିବା ଛୋଟ ପିଲା ଜଣେ ଏକ ଚଳନ୍ତା କାର୍ ପଛରେ ଦୌଡ଼ି ଭିକ ମାଗିବା ଦୃଶ୍ୟ ଦେଖିବାକୁ ମିଳିଲା।  ଯାହାକୁ ଦେଖି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଇଣ୍ଡୋନେସିଆ ସହର ରାସ୍ତାରେ ଏପରି ରୂପା ରଙ୍ଗ ଭିକାରୀମାନଙ୍କୁ ଦେଖିବା ଏକ ସାଧାରଣ କଥା। ଭଲ ରୋଜଗାର କରିବା ଲକ୍ଷ୍ୟରେ ସ୍ଥାନୀୟ ଭିକାରୀମାନେ ଏମିତି ରୂପା ରଙ୍ଗ ଶରୀରରେ ଲଗାଇ ଭିକ ମାଗନ୍ତି। ସେମାନେ ‘ସିଲଭର୍ ମେନ୍’ ନାମରେ ପରିଚିତ। ଭିକାରୀମାନେ ରଙ୍ଗରେ ନିଜ ଶରୀରକୁ ସ୍ପ୍ରେ-କରି ରାସ୍ତାଘାଟରେ ଘଣ୍ଟାଘଣ୍ଟା ଛିଡ଼ା ହୋଇ ଭିକ ମାଗିବା ଦେଖାଯାଇଛି। ଏପରି କାମ ପାଇଁ ସେମାନଙ୍କୁ ବେଶ୍ ଭଲ ପାଉଣା ବି ମିଳେ। ଅନେକ ସମୟରେ ସେମାନଙ୍କ କାର୍ଯ୍ୟକଳାପକୁ ନେଇ ବିବାଦ ତେଜି ଉଠିବା ସତ୍ତ୍ବେ ସିଲଭର୍‌ମେନ୍‌ ଅନ୍ୟମାନଙ୍କ କଥାକୁ ଆଦୌ ଗୁରୁତ୍ବ ଦେଉନାହାନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories