www.samajalive.in
Monday, December 15, 2025
14.1 C
Bhubaneswar

ବ୍ରାହ୍ମଣୀଗାଁ ଏସ୍‍ଆଇଙ୍କ ବିରୋଧରେ ଲାଞ୍ଚ ମାଗିବା ଅଭିଯୋଗ, ପିଡ଼ିତ ପରିବାରଙ୍କ ଏସ୍‍ପିଙ୍କୁ ଫେରାଦ୍‍

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀ ବିବାହ କରି ସ୍ୱାମୀଙ୍କ ସହିତ ରହୁଥିଲେ ମଧ୍ୟ ଉକ୍ତ ଗ୍ରାମରେ ଜଣେ ଯୁବକ ବିବାହିତା ଯୁବତୀଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରତକ କରିବା ସହିତ ବିନା କାରଣରେ ଯୁବତୀଙ୍କ ସ୍ୱାମୀକୁ ମିଛା ତଥ୍ୟ ଦେଇ ହଇରାଣ ହରକତ କରୁଛନ୍ତି। ଏନେଇ ଯୁବତୀ ଜଣକ ନ୍ୟାୟ ପାଇଁ ଗତ ଦିନରେ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେବେ ତାଙ୍କୁ ନ୍ୟାୟ ଦେବା ପିରବର୍ତ୍ତେି ଉକ୍ତ ମାମଲାର ତଦନ୍ତ ଅଧିକାରୀ କୁଆଡ଼େ ଯୁବକଙ୍କୁ ଗିରଫ କରିବା ବଦଳରେ ଓଲଟା ପିଡିତାଙ୍କ ପରିବାର ଲୋକଙ୍କ ନାମରେ ବିଭିନ୍ନ ମିଥ୍ୟା ମାମଲା ରୁଜ୍ଜୁ କରିବା ସହିତ ପିଡୀତାଙ୍କୁ ହଇରାଣ କରୁଥିବା ଓ ଯୁବକଙ୍କୁ ସହାୟତା କରୁଥିବା ଅଭିଯୋଗ କରି ଆଜି ସନ୍ଧ୍ୟାରେ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ପିଡିତାଙ୍କ ପରିବାର ଲୋକେ।

ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବ୍ରହ୍ମଣୀଗାଁ ଅନ୍ତର୍ଗତ ଗୁଡିକିଆ ଗ୍ରାମର ଜନୈକା ଯୁବତୀ ଫୁଲବାଣୀ ପିଅନପଡା ଅଞ୍ଚଳର ଜନୈକ ଯୁବକଙ୍କ ସହିତ ଗତ ୨୯.୧୧.୨୦୧୯ ତାରିଖରେ ବ୍ରହ୍ମପୁରରେ କୋର୍ଟରେ ବିବାହ କରିଛନ୍ତି। ସେମାନେ ଉଭୟ ସ୍ୱାମୀ-ସ୍ତ୍ରୀ ଚଳି ଆସୁଥିବା ବେଳେ ବିବାହିତା ଯୁବତୀଙ୍କୁ ବ୍ରାହ୍ମଣୀଗାଁ ଗୁଡିକିଆ ଗ୍ରାମର ରାହୁଲ ରଣସିଂ ଓରଫ୍‍ ଲିଚୁ ନାମକ ଜଣେ ଯୁବକ ତାଙ୍କ ବିବାହ ପୁର୍ବରୁ ଫୋନରେ ନାନା ଅଶ୍ଳିଳ ଭାଷାରେ ନାନା କଥା କହିବା ସହିତ ତାଙ୍କୁ ଜବରଦସ୍ତି ବାହା ହେବାକୁ କହି ଆସୁଥିଲେ। ବିବାହ ପରେ ମଧ୍ୟ ତାଙ୍କୁ ଫୋନ ମାଧ୍ୟମରେ ବିଭିନ୍ନ ଅଶାଳୀନ କଥା କହିବା ସହିତ ତାଙ୍କ ସ୍ୱାମୀଙ୍କୁ ଫୋନ ମାଧ୍ୟମରେ ଗାଳି ଗୁଲଜ କରିବା ସହିତ ଯୁବତୀଙ୍କୁ ଛାଡିଦେ ମୁଁ ତାକୁ ବାହା ହେବି ବୋଲି କହିବା ସହିତ ତାଙ୍କୁ ନଛାଡିଲେ ଉଭୟଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଏ ସଂପର୍କରେ ଗତ ୨୩.୯.୨୦୨୦ ତାରିଖରେ ଯୁବଜୀ ଜଣକ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଅଧିକାରୀ ଏସଆଇ ସଂଗ୍ରାମ କେଶରୀ ଜେନା କୁଆଡେ ତାଙ୍କ ଅଭିଯୋଗ ଉପରେ ମାମଲା ରୁଜ୍ଜୁ କରିବା ବଦଳରେ ତାଙ୍କୁ ବିଭିନ୍ନ ପ୍ରାକାରର ଗାଳିଗୁଲଜ କରିବା ସହିତ ଯୁବତୀଙ୍କ ପରିବାର ଲୋକଙ୍କ ନାମରେ ମିଥ୍ୟା ମାମଲାରେ ଗିରଫ କରିବି ବୋଲି କହି ତାଙ୍କୁ ଗତ ପ୍ରାୟ ବର୍ଷେ ହେଲା ବିବାହ ପରେ ମଧ୍ୟ ଗାଳିଗୁଲଜ କରୁଥିବା ଯୁବକଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦେଇ ଏକ ମାମଲା ୭୧ା୨୦ରେ ରୁଜୁକରି ଯୁବତୀଙ୍କ ବାପା ଓ ପରିବାରର ଅନ୍ୟ ଲୋକଙ୍କ ନାମରେ ବିଭିନ୍ନ ମିଥ୍ୟା ମାମଲା ରୁଜ୍ଜୁ କରିଛନ୍ତି ବୋଲି ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଚନ୍ତି। ପୂର୍ବରୁ ବିବାହିତ ଯୁବତୀ ଜଣକ ଦେଇଥିବା ଏତଲା ପ୍ରକାରେ ଏକ ମାମଲା ୭୨ା୨୦ ରୁଜ୍ଜୁ କରି ତାଙ୍କୁ ତାଙ୍କ ଦ୍ୱାରା କରାଯାଇଥିବା ରାହୁଲଙ୍କ ବିରୋଧରେ ଅଭିଯୋଗର ମାମଲାର କାର୍ୟ୍ୟାନୁଷ୍ଠାନ ନେବାକୁ କୁଆଡେ ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ମଧ୍ୟ ଏସ୍‍ପିଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ସେଥିପାଇଁ ବିଳାସିନି ଆଜି ତାଙ୍କ ବାପା ଓ ମାଆଙ୍କ ସମେତ ତାଙ୍କ ପରିବାର ବର୍ଗଙ୍କ ସହିତ ଫୁଲବାଣୀ ଆସି କନ୍ଧମାଳ ଏସ୍‍.ପିଙ୍କ କାର୍ୟ୍ୟାଳୟରେ ଏହି ବାବଦରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ତେବେ ଅଭିଯୋଗ ସଂପର୍କରେ ବ୍ରାହ୍ମଣୀଗାଁର ଥାନାର ଉକ୍ତ ମାମଲାର ତଦନ୍ତ ଅଧିକାରୀ ସଂଗ୍ରାମ କେଶରି ଜେନାଙ୍କ ମୋବାଇଲ୍‍ ନମ୍ବର ୭୫୦୪୪୪୫୪୨୭ରେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories