www.samajalive.in
Saturday, December 6, 2025
14.1 C
Bhubaneswar

ପୁଲିସ ଏସ୍‍ଆଇ ପରୀକ୍ଷା ଅନିୟମିତତା: ବିଜେଡିର ଜୋରଦାର ଆନ୍ଦୋଳନ

ସମାଜ ଡିଜିଟାଲ ଡେସ୍କ: ପୁଲିସ୍‍ ସବ୍‍ ଇନ୍ସପେକ୍ଟର ପରୀକ୍ଷା ଅନିୟମିତତା ଧରାପଡିବା ପରେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଦଲାଲଙ୍କୁ ଧରୁଛ, ହେଲେ ମାଷ୍ଟରମାଇଣ୍ଡ କୁଆଡେ ଗଲା ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଛି ବିଜେଡି । ଘଟଣାର ତଦନ୍ତ ତୁରନ୍ତ ସିବିଆଇକୁ ଦିଆଯାଉ ବୋଲି ବିଜେଡି ଦାବି କରିଛି । ଏହି ଘଟଣାରେ ମାଷ୍ଟର ମାଇଣ୍ଡକୁ କେଉଁମାନେ ଚଳାଉଥିଲେ ତାହାକୁ ଧରାଯାଉ ।

- Advertisement -

ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଶତାଧିକ ବିଜେଡି କର୍ମୀ ଏକତ୍ର ହୋଇ ଲୋୟର ପିଏମଜି ଅଭିମୁଖେ ରାଲି କରୁଛନ୍ତି । ପ୍ରତିରଞ୍ଜନ ଘଢେଇଙ୍କ ନେତୃତ୍ୱରେ ବିଜୁ ଯୁବ ଓ ଛାତ୍ର କର୍ମକତ୍ତାମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଜୋରଦାର ପ୍ରତିବାଦ ସହ ବିକ୍ଷୋଭ କରିଛନ୍ତି । ଶତାଧିକ ବିଜେଡି କର୍ମୀ ଏକାଠି ହୋଇ ପ୍ରତିବାଦ କରିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories