www.samajalive.in
Saturday, December 6, 2025
14.1 C
Bhubaneswar

କଟକ କର୍ଫ୍ୟୁ: ମିଥ୍ୟା ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ  

ସମାଜ ଡିଜିଟାଲ ଡେସ୍କ: କଟକରେ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ସମୟରେ ଶାନ୍ତି ବଜାୟ ରଖିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି । ପୁଲିସ ଏକ ଆଡଭାଇଜରୀ ଜାରି କରି କହିଛି ଯେ ମିଥ୍ୟ ପ୍ରଚାର କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୋସିଆଲ  ମିଡ଼ିଆରେ କୌଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ । ଏହା ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହନ୍ତୁ। ଯେଉଁମାନେ ମିଥ୍ୟା କିମ୍ବା ଭ୍ରାନ୍ତି ସୂଚନା ପ୍ରଚାର ଓ ପ୍ରସାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କିଛି ବ୍ୟକ୍ତି ବିଶେଷ ମିଥ୍ୟା ଖବର ପ୍ରସ୍ତୁତ ଓ ପ୍ରଚାର କରି ସମାଜରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି। ନାଗରିକମାନେ ସଚେତନ ରୁହନ୍ତୁ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ମିଛ ଭିଡିଓ କିମ୍ବା ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ବିଶ୍ୱାସ କରନ୍ତୁ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories