www.samajalive.in
Monday, December 8, 2025
16.1 C
Bhubaneswar

ଶୁକ୍ର ଗୋଚର: ଚାନ୍ଦି ଭଳି ଚମକିବ ୫ଟି ରାଶିଙ୍କ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ଭୌତିକ ସୁଖ ଓ ସୁବିଧା ପାଇଁ ସହାୟକ ଶୁକ୍ରଗ୍ରହ ୧୨ଜୁନରେ ରାଶି ପରିବର୍ତ୍ତନ କରୁଛି। ବୁଧବାର ସନ୍ଧ୍ୟା ୬ଟା ୩୭ ମିନିଟରେ ଶୁକ୍ର ବୃଷରୁ ବାହାରି ମୁଥୁନରେ ପ୍ରବେଶ କରିବେ। ଶୁକ୍ରଙ୍କ ଏହି ଗମନାଗମନ ସହିତ ୫ଟି ରାଶିର ଲୋକଙ୍କ ଭାଗ୍ୟ ରୂପା ପରି ଉଜ୍ଜ୍ୱଳ ହୋଇପାରେ। ହଠାତ କ୍ୟାରିୟରରେ ଅଗ୍ରଗତି ପାଇଁ ନୂତନ ସୁଯୋଗ ପାଇପାରନ୍ତି ଏବଂ ଆଶାଠୁ ଅଧିକ ଧନ ପ୍ରାପ୍ତି ହୋଇପାରେ। ୧୨ ଜୁନରୁ ୭ ଜୁଲାଇ ପର୍ଯ୍ୟନ୍ତ ମିଥୁନରେ ରହିବେ ଶୁକ୍ର। ଆସନ୍ତୁ ଜାଣିବା ଏହି ସମୟରେ କେଉଁ ସବୁ ୫ଟି ରାଶିଙ୍କ ଭାଗ୍ୟ ଚାନ୍ଦି ଭଳି ଚମକିବ।

ମେଷ: ମିଥୁନରେ ଶୁକ୍ରଗ୍ରହ ପ୍ରବେଶ ହେତୁ ମେଷ ରାଶିର ଲୋକଙ୍କ ଭାଗ୍ୟ ମଜବୁତ ହେବ। ଚାକିରିରେ ସକରାତ୍ମକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବ୍ୟବସାୟ କରୁଥିବା ଲୋକମାନେ ମଧ୍ୟ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ। ୧୨ ଜୁନରୁ ୭ ଜୁଲାଇ ମଧ୍ୟରେ ସମୟ ଆପଣଙ୍କ ପାଇଁ ପ୍ରଗତିର ସମୟ ହୋଇପାରେ। ତଥାପି ଏହି ଅବଧି ମଧ୍ୟରେ ଆପଣଙ୍କୁ ଅନେକ ସମୟରେ ଧର୍ଯ୍ୟ ଧରିବାକୁ ପଡିବ। କାମ ପାଇଁ ଖ୍ୟାତି ଓ ପ୍ରଶଂସା ପାଇବେ।

- Advertisement -

ବୃଷ: ଶୁକ୍ରଙ୍କ ଗମନାଗମନ ଆପଣଙ୍କ ପାଇଁ ଧନ ବୃଦ୍ଧି କରିବାରେ ସହାୟକ ହେବ। ଏକ ନୂତନ କାର କିଣିପାରନ୍ତି କିମ୍ବା ନୂତନ ଘର କିଣିପାରିବେ। ବର୍ତ୍ତମାନ କରିଥିବା ବିନିଯୋଗ ଆପଣଙ୍କୁ ଭବିଷ୍ୟତରେ ଧନୀ କରିପାରେ। ଆର୍ଥିକ ସ୍ଥିତି ମଜବୁତ ରହିବ। ଯେଉଁମାନେ ଷ୍ଟକ୍‌‌ ମାର୍କେଟରେ ବିନିଯୋଗ କରିଥିବେ ସେମାନେ ବହୁତ ଲାଭ ପାଇପାରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ।

କନ୍ୟା: ଶୁକ୍ରଗ୍ରହଙ୍କ ପରିବର୍ତ୍ତନ ହେତୁ ଭାଗ୍ୟ ଉଜ୍ଜ୍ୱଳ ହେବ। ଜୁନ ୧୨ରୁ ଜୁଲାଇ ୭ ମଧ୍ୟରେ କ୍ୟାରିଅରରେ ପ୍ରମୁଖ ଅଗ୍ରଗତି ପାଇବାର ସମ୍ଭାବନା ରହିଥିବାରୁ ଜୀବନଶୈଳୀ ବଦଳିପାରେ। ଗୋଟିଏ ସମୟରେ ଏହା ଆପଣଙ୍କ କ୍ୟାରିୟରରେ ଏକ ବଡ ମୋଡ ନେଇପାରେ। କିଛି ମନ ପସନ୍ଦର କାମ ପାଇପାରନ୍ତି ଯାହାକି ଆପଣଙ୍କୁ ଉଭୟ ନାମ ଓ ଟଙ୍କା ଦେବ। ବିବାହିତ ଜୀବନ ସୁଖମୟ ହେବ। ପରିବାରରେ ସୁଖ ଏବଂ ଶାନ୍ତି ରହିବ।

ଧନୁ: ଶୁକ୍ରଙ୍କ ପରିବର୍ତ୍ତନ ହେତୁ ଚାକିରି କରୁଥିବା ବ୍ୟକ୍ତିଙ୍କ କ୍ୟାରିୟର ଚାନ୍ଦି ଭଳି ଚମକିବ। କାରଣ ଏହାର ଶୁଭ ପ୍ରବାଭ ହେତୁ ଚାକିରିରେ ଦରମା ବୃଦ୍ଧି ହୋଇପାରେ। ଆର୍ଥିକ ଲାଭ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ। ଯେଉଁମାନେ ଅନ୍ୟ ସହ ମିଶି ବ୍ୟବସାୟ କରୁଥିବେ ସେମାନଙ୍କ ପାଇଁ ଶୁକ୍ରଙ୍କ ପରିବର୍ତ୍ତନ ଲାଭଦାୟକ ହେବ। ନୂତନ ଡିଲ୍‌‌ ଏବଂ ବଡ ସୁଯୋଗ ପାଇବେ। ବ୍ୟବସାୟ ଶୀଘ୍ର ବଢିପାରେ। କାମରେ ଅସାବଧାନତା ହୁଅନ୍ତୁ ନାହିଁ।

ମୀନ: ଶୁକ୍ରଙ୍କ ପରିବର୍ତ୍ତନ ଶୁଭ ହେବ । ଧନ ବୃଦ୍ଧି ହେବ। ଜୁନ ୧୨ରୁ ଜୁଲାଇ ୭ ମଧ୍ୟରେ ଏକ ନୂତନ ସମ୍ପତ୍ତି କିଣିପାରନ୍ତି କିମ୍ବା ନୂତନ କାର କିଣିପାରନ୍ତି। ବ୍ୟବସାୟ ଏବଂ ଚାକିରିଆ ମାନେ କାମରେ ଧ୍ୟାନ ଦେଇ ଆଗକୁ ବଢିପାରିବେ। ସମୟ ଅନୁକୂଳ ଥିବାରୁ ନିଜ ଇଚ୍ଛା ଅନୁଯାୟୀ ସଫଳତା ପାଇପାରିବେ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories