www.samajalive.in
Sunday, December 14, 2025
19.1 C
Bhubaneswar

କାଲି ମହାକାଶ ଯିବେ ଶୁଭ୍ରାଂଶୁ ଶୁକ୍ଳା

ସମାଜ ଡିଜିଟାଲ ଡେସ୍କ: ଜୁନ ୧୦ରେ ମହାକାଶ ଯିବେ ଶୁଭ୍ରାଂଶୁ ଶୁକ୍ଳା। ରାକେଶ ଶର୍ମାଙ୍କ ପରେ ଦ୍ଵିତୀୟ ଭାରତୀୟ ଭାବେ ସେ ମହାକାଶ ଯାତ୍ରା କରୁଥିବା ବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିବେ। ଜୁନ ୧୦ ଭାରତୀୟ ସମୟ ଅପରାହ୍ଣ ୫ଟା ୪୫ରେ ଆମେରିକାର ଆକ୍ସିୟମ ଯାନରେ ଅନ୍ୟ ୩ ସାଥୀଙ୍କ ସହ ଯାତ୍ରା କରିବେ ଶୁଭ୍ରାଂଶୁ। ଆମେରିକା ଏହି ଅଭିଯାନ କରୁଥିବା ବେଳେ ୪ ଜଣଙ୍କ ମଧ୍ୟରେ ଶୁଭ୍ରାଂଶୁ ପ୍ରଥମ ତଥା ଏକମାତ୍ର ଭାରତୀୟ।

ଶୁଭ୍ରାଂଶୁ ଜଣେ ପାଇଲଟ। ମହାକାଶରେ ସେ ୧୪ ଦିନ ରହି ବିଭିନ୍ନ ଗବେଷଣା କରିବେ। ତାଙ୍କର ଅନୁଭୂତି ଭାରତ ତିଆରି କରୁଥିବା ଗଗନୟାନ ପାଇଁ ଆବଶ୍ୟକ ହେବ। ମହାକାଶରେ ପ୍ରମୁଖ ୮ଟି ବିଷୟବସ୍ତୁ ଉପରେ ସେ ଗବେଷଣା କରିବେ।

- Advertisement -

ଆଗାମୀ ସମୟରେ ଭାରତ ନିଜସ୍ଵ ଜ୍ଞାନକୌଶଳରେ ଗଗନୟାନ ପ୍ରସ୍ତୁତ କରି ନିଜର ମହାକାଶଚାରୀଙ୍କୁ ସ୍ପେସ୍ ଷ୍ଟେସନ ପଠାଇବ। ତେଣୁ ଶୁଭ୍ରାଂଶୁଙ୍କ ଅଭିଯାନ ଭାରତ ପାଇଁ ଲାଭ ଦାୟକ ହେବ ବୋଲି କୁହାଯାଉଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories