www.samajalive.in
Sunday, December 14, 2025
26.1 C
Bhubaneswar

ଏଏସବିଏମ୍ ବିଶ୍ବବିଦ୍ୟାଳୟରେ ଡକ୍ଟରାଲ ରିସର୍ଚ୍ଚ ସେମିନାର

ଭୁବନେଶ୍ବର : ଏଏସବିଏମ୍ ସ୍କୁଲ ଅଫ ଫ ଆକାଉଣ୍ଟାସି ଅଧୀନରେ ଏକ ଦିବସୀୟ ଡକ୍ଟରାଲ ରିସର୍ଜ ସେମିନାର ଅନୁଷ୍ଠିତ ହୋଇଛି । ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧ୍ଯକ୍ଷ ପ୍ରଫେସର (ଡ଼.) ବିଶ୍ବଜ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ପ୍ରଫେସର ପଟ୍ଟନାୟକ ଏହି କ୍ରମରେ ଏକ ସୁଦୀର୍ଘ ଆଲୋଚନା ମାଧ୍ୟମରେ ପ୍ରାଚ୍ୟ ଓ ପାଶ୍ଚାତ ଗବେଷଣାର ପ୍ରସ୍ତୁତି, ତଦଜନିତ ଅନୁଶୀଳନ ଓ । କାର୍ଯ୍ୟକାରିତା ସମ୍ପର୍କରେ ଗବେଷଣାତ୍ମକ ଅନୁଶୀଳନ କରିଥିଲେ । ସେ ଶେଷରେ ଗବେଷକମାଙ୍କୁ ନିରନ୍ତର ଗବେଷଣାରତ ରହି ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ । ପରେପରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର (ଡ଼.) ରଞ୍ଜନ କୁମାର ବଳ ରିସର୍ଚ୍ଚ ରିପୋର୍ଟି ସମ୍ପର୍କରେ ଏକ ସୂତ୍ର ସମ୍ୱଳିତ ଆଲୋଚନା କରିଥିଲେ ।

ରାଜ୍ୟ ଓ ପଡୋଶୀ ରାଜ୍ୟ ମାନଙ୍କର ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନରୁ ବହୁ ଗବେଷକ ଏହି ସେମିନାରରେ ଅଂଶଗ୍ରହଣ କରି ସେମାଙ୍କର ଗବେଷଣା ମାନ ଉପସ୍ଥାପନ କରିଥିଲେ । ସେମିନାରର ଶେଷରେ ଶ୍ରେଷ୍ଠ ବିବେଚିତ ହୋଇଥିବା ନ୍ୟାସଲାଲ ଲ ୟୁନିଭରସିଟିର ଗବେଷିକା ଅରୋସିଖା ମହାନ୍ତିଙ୍କୁ ତାଙ୍କର ଗବେଷଣା ଜନିତ ପେପର ଲାଗି ବିଶ୍ବବିଦ୍ୟାଳୟର କୁଳାଧ୍ଯକ୍ଷ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ଉତ୍ସବକୁ ସ୍କୁଲ ଅଫ ଆକାଉଣ୍ଟାସିର ଡିନ ପ୍ରଫେସର (ଡ଼.) ପଦ୍ମନାଭ ମହାପାତ୍ର ସଂଯୋଜନା କରିଥିଲେ ଓ ପ୍ରଫେସର ପ୍ରାର୍ଥନା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -

ବିଶ୍ବବିଦ୍ୟାଳୟର ଉପ-କୁଳାଧ୍ଯକ୍ଷ ପ୍ରଫେସର (ଡ.) କଲ୍ୟାଣ ଶଙ୍କର ରାୟ, ୟ, ଉପ କୁଳପତି ପ୍ରଫେସର (ଡ଼.) ଫଲଗୁ ନିରଞ୍ଜନା, ପ୍ରମୁଖ ନିଦ୍ଧେଶିକା ପ୍ରଫେସର (ଡ଼.) ସ୍ମାରକୀ ପଟ୍ଟନାୟକଙ୍କ ସମେତ, କୁଳ ସଚିବ, ସମସ୍ତ ଡିନ, ପର ପରୀକ୍ଷା ନିୟନ୍ତ୍ରକ ଓ ହେଡ, ପ୍ରଫେସସର ମଣ୍ଡଳୀ ଓ ସମସ୍ତ ଓ ସମସ୍ତ ଗବେଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି କରିଥିଲେ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories