www.samajalive.in
Saturday, December 13, 2025
27.1 C
Bhubaneswar

ରବିବାର ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ମାସରୁ ରବିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସେଦିନ ଶ୍ରୀମନ୍ଦିର ପରିସର ଏବଂ ବ୍ୟାରିକେଡ ବିଶୋଧନ କରାଯିବ। ଏ ସମ୍ପର୍କରେ ଶୀଘ୍ର ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣ ରୋକିବା ପାଇଁ ପରିବର୍ତ୍ତିତ ଦର୍ଶନ ବ୍ୟବସ୍ଥାବଳି (ଏସ୍ଓପି) ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ସବୁ ସେବକଙ୍କୁ କରୋନା ଟିକା ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀମନ୍ଦିରରେ କୋଭିଡ କଟକଣା କଡ଼ାକଡ଼ି କାର୍ଯ୍ୟକାରୀ ନିମନ୍ତେ ବୈଠକରେ ସ୍ଥିର ହୋଇଛି।

ସକାଳେ ମନ୍ଦିର ଦ୍ବାର ଖୋଲିବା ଏବଂ ମଙ୍ଗଳଆଳତି ବିଳମ୍ବ ହେଉଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ସେବାପୂଜା ଏବଂ ଭୋଗ କରିବା ପାଇଁ ସେବକଙ୍କୁ ପରାମର୍ଶ େଦଇଛି ମନ୍ଦିର ପ୍ରଶାସନ। ଠାକୁରଙ୍କ ସୁନାବେଶ ସମୟରେ କେତେ ସଂଖ୍ୟକ ପୁଷ୍ପାଳକ ଏବଂ ଭଣ୍ଡାର ମେକାପ ରହିବେ ଶ୍ରୀମନ୍ଦିର ସ୍ବତ୍ତ୍ବଲିପିକୁ ଭିତ୍ତିକରି ନିଷ୍ପତ୍ତି ଗ୍ରହଣ କରାଯିବ।

- Advertisement -

୨୦୨୧-୨୨ ଶ୍ରୀମନ୍ଦିର ବଜେଟ ଅନୁମୋଦନ ସମ୍ପର୍କରେ ପଚାରିବାରୁ ମୁଖ୍ୟ ପ୍ରଶାସକକହିଲେ ଅର୍ଥ ସବ୍କମିଟି ଦ୍ବାରା ପ୍ରସ୍ତୁତ ବଜେଟ୍ ଅନୁମୋଦନ କରାଯାଇଛି। ପୁଣି କରୋନା ସଂକ୍ରମଣ ଦେଖା ଦେଇଥିବାରୁ ଠାକୁରଙ୍କ ନୀତିକାନ୍ତି ଯେପରି ବାଧାପ୍ରାପ୍ତ ନ ହୁଏ ତାହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଜିଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂହ, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ ଏବଂ ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା, ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ। ଠାକୁରଙ୍କ ଅଗ୍ନିଉତ୍ସବ, ଦୋଳପୂର୍ଣ୍ଣିମା ଏବଂ ହୋଲି ନୀତି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories