www.samajalive.in
Monday, December 15, 2025
24.1 C
Bhubaneswar

ଆଇସିୟୁରୁ ବାହରିଲେ ଶ୍ରେୟସ ଆୟର

ସିଡ୍‌ନୀ-ଭାରତୀୟ କ୍ରିକେଟ ଟିମ୍‌ର ଉପ ଅଧିନାୟକ ଶ୍ରେୟସ୍‌ ଆୟର ତିନିଦିନପରେ ଆଇସିୟୁରୁ ବାହାରିଛନ୍ତି। ତୃତୀୟ ଦିନିକିଆ ମ୍ୟାଚ୍‌ରେ ଏକ କ୍ୟାଚ ଧରିବା ସମୟରେ ସେ ଆହତ ହୋଇଥିଲେ । ତାଙ୍କ ଛାତି ଓ ପେଟରେ ଆଘାତ ଲାଗିଥିଲା । ପ୍ରଥମେ ଏହାକୁ କଙ୍କାଳରେ ଆଘାତ ଲାଗିଥିବା କଥା କୁହାଯାଉଥିଲା । ମାତ୍ର ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ପ୍ଲିହା ବା ସ୍ପ୍ଲିନ୍‌ରେ ଆଘାତ ଲାଗିଥିବା ଜଣା ପଡିଥିଲା । ଅନ୍ତ ରକ୍ତସ୍ରାବ ଯୋଗୁଁ ସେ ଗୁରୁତରର ହୋଇଥିଲେ । ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସାମାନ୍ୟ ସୁସ୍ଥ ହେବାରୁ ଆଇସିୟୁରୁ ବାହାରକୁ ଆସିଛନ୍ତି ।

କ୍ୟାଚ ଧରିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ସେ ଡ୍ରେସିଂ ରୁମ୍‌କୁ ଆସିଥିଲେ । ସେଠାରେ ତାଙ୍କର ରକ୍ତଚାପ ହ୍ରାସ ପାଇଥିଲା । ସେଠାରେ ଥିବା ଡାକ୍ତର ପ୍ରଥମେ ଏହା କଙ୍କାଳରେ ଆଘାତ ବୋଲି ଭାବିଥିଲେ । ମାତ୍ର ପରେ ବିଭିନ୍ନ ପରୀକ୍ଷାକୁ ସ୍ପ୍ଲିନ୍‌ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଥିଲା । ଜୀବନ ପ୍ରତି ବିପଦ ଥିବାକୁ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା । ଏବେ ଶ୍ରେୟସ ଆୟରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କଥା ଟି ଟ୍ୱେଣ୍ଟି ଅଧିନାୟକ ସୂର୍ଯ୍ୟକୁମାର ଯାଦନ କହିଛନ୍ତି । ଶ୍ରେୟସଙ୍କ ପରିବାର ଲୋକ ଖୁବଶୀଘ୍ର ଅଷ୍ଟ୍ରେଲିଆରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories