www.samajalive.in
Sunday, December 7, 2025
26.1 C
Bhubaneswar

ମହାଶିବରାତ୍ରୀ : ପୂଜାର୍ଚ୍ଚନା ସମୟରେ କରନ୍ତୁ ନାହିଁ ଏହି ଭୁଲ୍‌‌

ଫାଲଗୁଣ ମାସ କୃଷ୍ଣପକ୍ଷର ଚତୁର୍ଦଶୀ ତିଥିରେ ମହାଶିବରାତ୍ରୀ ପାଳନ କରିବାର ମାନ୍ୟତା ରହିଛି। ଶ୍ରାବଣ ମାସ ବ୍ୟତୀତ ମହାଶିବରାତ୍ରୀ ଦିନର ମଧ୍ୟ ଖୁବ ମହତ୍ତ୍ୱ ରହିଛି। ଏହିଦିନ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି କାରଣରୁ ଏହି ଦିନ ଭଗବାନ ଶିବଶଙ୍କରଙ୍କୁ କେଉଁ କେଉଁ ଜିନିଷ ଅର୍ପଣ କରିବା ଉଚିତ୍‌‌ ନୁହେଁ। ଜାଣନ୍ତୁ..
ଏହି ଦିନ କୌଣସି ନିଶା ଜିନିଷ କିମ୍ବା ଆମିଷ ଆଦିର ସେବନ କରନ୍ତୁ ନାହିଁ।
ମହାଶିବରାତ୍ରୀ ଦିନ ଯେଉଁମାନେ ବ୍ରତ ପାଳନ କରନ୍ତି ସେମାନେ ଦିନରେ ଆଦୌ ଶୋଇବା ଉଚିତ୍‌‌ ନୁହେଁ। ଭଗବାନ ଶିବଶଙ୍କରଙ୍କ ଆରାଧନା କରନ୍ତୁ।

- Advertisement -

ଭଗବାନ ଶଙ୍କରଙ୍କୁ ପୂଜା କରିବା ସମୟରେ ହଳଦୀ,ନାଲ ସୂତା, ମେହେନ୍ଦୀ, ସିନ୍ଦୂର ଆଦି ଅର୍ପଣ କରନ୍ତୁ ନାହିଁ।
ଭଗବାନ ଶିବଶଙ୍କରଙ୍କୁ ଚାଉଳ ଅର୍ପଣ କରିବା ଶୁଭଙ୍କର। ମାତ୍ର ଧ୍ୟାନ ଦେବେ ଏହି ଚାଉଳ ଭାଙ୍ଗି ନଥିବ। ସମ୍ପୂର୍ଣ୍ଣ ଭାବେ ଗୋଟା ଥିବ। ନଚେତ୍‌‌ ପ୍ରଭୁ ଶିବଶଙ୍କର ଅସନ୍ତୁଷ୍ଟ ହୋଇଥାଆନ୍ତି ବୋଲି କୁହାଯାଏ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories