www.samajalive.in
Saturday, December 6, 2025
15.1 C
Bhubaneswar

ଛୋଟ ଦଳଙ୍କ ସହ ‘ପିଡିଏ’ ଗଠନ କଲେ ଶିବପାଲ

ଲକ୍ଷ୍ନୌ : ପ୍ରଗତୀଶୀଳ ସମାଜବାଦୀ ପାର୍ଟିର ଆବାହକ ଶିବପାଲ ଯାଦବ ମଙ୍ଗଳବାର କେତେକ ଛୋଟ ଦଳଙ୍କ ସହ ମିଶି ‘ପ୍ରୋଗ୍ରେସିଭ ଡେମୋକ୍ରାଟିକ ଆଲାଏନ୍ସ’ (ପ୍ରଗତୀଶୀଳ ଗଣତାନ୍ତ୍ରିକ ମେଣ୍ଟ) ଗଠନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ବିଜେପିକୁ ହରାଇବା ପାଇଁ ସବୁ ଧର୍ମନିରପେକ୍ଷ ଦଳ ମେଣ୍ଟ କରିବାକୁ ପ୍ରସ୍ତୁତ ଅଛନ୍ତି। ଏବେ ବିଜେପି ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ହୋଇଛି। କିନ୍ତୁ ଦୁର୍ଭାଗ୍ୟ ଯେ ଏସ୍‍ପି, ବିଏସ୍‍ପି ଏବଂ କଂଗ୍ରେସ ଭଳି ଦଳଙ୍କ ନିଜସ୍ୱ ସ୍ୱାର୍ଥ ପାଇଁ ବିଜେପି ବିରୋଧରେ ନିର୍ଣ୍ଣାୟକ ମେଣ୍ଟ ଗଠନ ହୋଇପାରିଲା ନାହିଁ। ବିଜେପିକୁ କେନ୍ଦ୍ର ଶାସନରୁ ହଟାଇବା ପାଇଁ ସମସ୍ତ ବିକଳ୍ପ ଖୋଲା ରହିଛି। ଏହାସହ ସେ ନିଜ ବଡ଼ଭାଇ ମୁଲାୟମ ସିଂହ ଯାଦବଙ୍କ ପଥରେ ଚାଲିଛନ୍ତି ଓ ତାଙ୍କ ଆଦେଶ ଅନୁସାରେ କାର୍ଯ୍ୟ କରିବେ ବୋଲି କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories