www.samajalive.in
Sunday, December 7, 2025
13.1 C
Bhubaneswar

ସଫଳତା ପାଇଁ ଧୋନିଙ୍କୁ ଶ୍ରେୟ ଦେଲେ ଶିଭମ୍‌

ମୋହାଲି : ଭ୍ରମଣକାରୀ ଆଫଗାନିସ୍ତାନକୁ ୧ମ ଟି୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଭାରତ ତରଫରୁ ଶିଭମ୍‌ ୪୦ଟି ବଲ୍‌ରୁ ୬୦ ରନ୍ କରି ଅପରାଜିତ ଥିଲେ। ଶିଭମ୍‌ଙ୍କ ବ୍ୟାଟିଂ ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା।

ମ୍ୟାଚ୍‌ ଶେଷ ହେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଶିଭମ୍‌ କହିଥିଲେ ବ୍ୟାଟିଂରେ ସେ ଯେଉଁ ସଫଳତା ପାଇଛନ୍ତି ତାହା ପଛରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ଭୂମିକା ରହିଛି। ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବା ସମୟରେ ଧୋନିଙ୍କ ଠାରୁ ଯାହା ଶିକ୍ଷା ଲାଭ କରିଥିଲେ ତାହାକୁ ଉପଯୋଗ କରି ମ୍ୟାଚ୍‌ ବିଜୟୀ ଇନିଂସ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଏହା କରି ପାରିଥିବାରୁ ବେଶ୍‌ ଖୁସି ଅଛନ୍ତି। ଅନେକ ସମୟରେ ଧୋନିଙ୍କ ସହ ଆଲୋଚନା କରିଥାନ୍ତି ବୋଲି ଶିଭମ୍‌ ସୂଚନା ଦେଇଥିଲେ। ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରି ଦଳକୁ କିପରି ବିଜୟୀ କରାଯାଇ ପାରିବ ସେ ନେଇ ଧୋନି ତାଙ୍କୁ ଉପଯୋଗୀ ପରାମର୍ଶ ଦେଇଥିବା ଶିଭମ୍‌ କହିଥିଲେ। ଧୋନିଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ପରେ ତାଙ୍କର ମନୋବଳ ବେଶ୍‌ ବଢ଼ି ଯାଇଥିବା ସେ ସ୍ବୀକାର କରିଥିଲେ। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କୁ ଆତ୍ମବିଶ୍ବାସର ସହ ବ୍ୟାଟିଂ କରିବାକୁ କହିଥିଲେ ବୋଲି ଶିଭମ୍‌ କହିଥିଲେ। ଆଗାମୀଦିନରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ପାଇଁ ଉପଯୋଗୀ ପ୍ରଦର୍ଶନ କରିପାରିବେ ବୋଲି ଶିଭମ୍‌ ଆଶାବ୍ୟକ୍ତ କରିଥିଲେ। ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଶିଭମ୍‌ ଗୋଟିଏ ୱିକେଟ୍‌ ହାସଲ କରିଥିଲେ। ନିଜ ବୋଲିଂ ସମ୍ପର୍କରେ ସେ କହିଥିଲେ ଫିଟନେସ୍‌ ସୁଧାରିବାକୁ ବହୁତ ପରିଶ୍ରମ କରିଥିଲେ। ଏଥିସହ ଘରୋଇ କ୍ରିକେଟ୍‌ରେ ସେ ନିଜ ବୋଲିଂ ଉପରେ ଅଧିକ ଧ୍ୟାନ ଦେଇଥିଲେ। ଆଗାମୀଦିନରେ ଏହା ଲାଭଦାୟକ ହେବ ବୋଲି ଶିଭମ୍‌ କହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories