www.samajalive.in
Saturday, December 6, 2025
14.1 C
Bhubaneswar

ବିଭିନ୍ନ ରୋଗରୁ ମୁକ୍ତି ପାଇଁ ପ୍ରଭୁ ଶିବଶଙ୍କରଙ୍କୁ ଏପରି କରନ୍ତୁ ପୂଜାର୍ଚ୍ଚନା

ଶ୍ରାବଣ ପ୍ରଭୁ ଶିବଶଙ୍କର ପ୍ରିୟମାସ। ପ୍ରଭୁ ନିଜ ଭକ୍ତଙ୍କ କଷ୍ଟ ଦୂର କରି ବିଶେଷ କୃପା କରିଥାଆନ୍ତି। ମାତ୍ର ଅନେକ ସମୟରେ ଏପରି ଦେଖାଯାଏ ଯତ୍ନର ସହ ରହିଲେ ମଧ୍ୟ ରୋଗ କବଳରୁ ମୁକ୍ତି ମିଳିପାରି ନଥାଏ। ଗ୍ରହନକ୍ଷତ୍ରଙ୍କ ପ୍ରଭାବରୁ ରୋଗ ଲାଗି ରହିଥାଏ ବୋଲି ମଧ୍ୟ କୁହାଯାଏ।ତେଣୁ ଏହି ମାସରେ କିଛି ଏପରି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ବାରମ୍ବାର ରୋଗଗ୍ରସ୍ତ ହେଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ….
– ମୁଣ୍ଡବ୍ୟଥା, ଚକ୍ଷୁ ରୋଗ, ହାଡ଼ ଜନିତ ସମସ୍ୟା ଆଦିରୁ ମୁକ୍ତି ପାଇବା ପାଇଁ ଶ୍ରାବଣ ମାସରେ ଅରଖ ବୃକ୍ଷର ଫୁଲ, ପତ୍ର, ବେଲପତ୍ରରେ ପ୍ରଭୁଙ୍କୁ ପୂଜା କରନ୍ତୁ।
– ଏହି ମାସରେ ଖିରରେ କଳାରାଶି ମିଶାଇ ପ୍ରଭୁଙ୍କ ରୁଦ୍ରାଭିଷେକ କରନ୍ତୁ। ଏଭଳି କରିବା ଦ୍ୱାରା ଚନ୍ଦ୍ରମାଙ୍କ ସମ୍ବନ୍ଧୀତ ବିଭିନ୍ନ ରୋଗ ଯେପରି କାଶ, ଥଣ୍ଡା, ମାନସିକ ଦୁଶ୍ଚିତା, ରକ୍ତଚାପରୁ ମୁକ୍ତି ମିଳେ।
– ମଙ୍ଗଳଗ୍ରହ ଜାତକରେ ଦୁର୍ବଳ ହେବା ଦ୍ୱାରା ରକ୍ତ ସହ ଜଡ଼ିତ ବିଭିନ୍ନ ରୋଗ ହୋଇପାରେ। ତେବେ ବିଭିନ୍ନ ଜଡ଼ିବୁଟୀର ରସରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।
ବୁଧ ଗ୍ରହ ଦୁର୍ବଳ ହେବା ଦ୍ୱାରା ଚର୍ମ ରୋଗ, ଆଣ୍ଠୁଗଣ୍ଠି ଜନିତ ସମସ୍ୟା, ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ଜଡ଼ିବୁଟୀରେ ଅଭିଷେକ କରାନ୍ତୁ।
– ପ୍ରଭୁଙ୍କ ନିକଟରେ ହଳଦୀ ମିଶ୍ରିତ ଖିରରେ ଅଭିଷେକ କରିବା ଦ୍ୱାରା ବୃହସ୍ପତିଙ୍କ ପ୍ରଭାବରୁ ସୃଷ୍ଟି ହେଉଥିବା ରୋଗରୁ ମୁକ୍ତି ମିଳେ।
– ଶାରିରୀକ ତଥା ମାନସିକ ରୋଗରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ପଂଚାମୃତ ଓ ମହୁରେ ଅଭିଷେକ କରାନ୍ତୁ।
– ମାଂସପେଶୀ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ଆଖୁରସ ଓ ଦହିରେ ଅଭିଷେକ କରାନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories