www.samajalive.in
Saturday, December 6, 2025
16.1 C
Bhubaneswar

ଯୌନ ନିର୍ୟାତନା ମାମଲାରେ ସେଲଟର ହୋମ୍‍ର ପରିଚାଳକ ଗିରଫ

ଢେଙ୍କାନାଳ: ଯୌନ ନିର୍ୟାତନା ମାମଲାରେ ନ୍ୟୁଜ୍‍ ଇଣ୍ଡିଆ ନାମକ ଏକ ଆଶ୍ରୟ ଗୃହ (ସେଲଟର ହୋମ୍‍)ର ପରିଚାଳକ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ହେ​‌ଲେ ସୀମାଞ୍ଚଳ ନାଏକ । ଗତକାଲି ବିଳମ୍ବିତ ରାତିରେ ସଦର ଥାନା ପୁଲିସ, ସିଡବଲ୍ୟୁସି ଓ ଜିଲ୍ଲା ଶିଶୁ ଅଧିକାରୀ ଚଢଉ କରି ପରିଚାଳକଙ୍କୁ ଗିରଫ କରିଛନ୍ତି । ସେଲଟର ହୋମ୍‍ର ମୁଖ୍ୟ ଡକ୍ଟର ଫାୟାଦ ରେହେମାନଙ୍କୁ ଗିରଫ କରିବାକୁ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ଢେଙ୍କାନାଳ ସଦର ବ୍ଲକ୍‍ ଅନ୍ତର୍ଗତ ବେଲଟିକିରି ଗାଁରେ ଗୁଡ୍‍ ନ୍ୟୁଜ୍‍ ଇଣ୍ଡିଆ ନାମକ ଏକ ଆଶ୍ରୟ ଗୃହ (ସେଲଟର ହୋମ୍‍)ରେ କେଳେଙ୍କାରୀ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଦୁଇଜଣ ନାବାଳିକା ଅନୁଷ୍ଠାନର ମୁଖ୍ୟଙ୍କ ନାମରେ ଯୌନ ନିର୍ୟାତନା ଅଭିଯୋଗ ଆଣିଥିଲେ । ଅଭିଯୋଗ ପରେ ଜିଲା ଶିଶୁ ମଙ୍ଗଳ କମିଟି, ଜିଲା ଶିଶୁ ସୁରକ୍ଷା ଶାଖା, ଚାଇଲ୍‍ଡ ଲାଇନ୍‍ ଏବଂ ଜିଲା ଆଇନ୍‍ ସେବା ପ୍ରାଧିକରଣ ପକ୍ଷରୁ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏନେଇ ସଦର ଥାନାରେ ଏତଲା କରିଥିଲେ । ଏହାକୁ ଭିତ୍ତି କରି ଗତକାଲି ବିଳମ୍ବିତ ରାତିରେ ପରିଚାଳକୁ ଗିରଫ କରାଯାଇଛି ।

- Advertisement -

ପ୍ରକାଶ ଯେ, ବେଲଟିକିରିଠାରେ ଗତ ୬ ବର୍ଷ ଧରି ଗୁଡ୍‍ ନ୍ୟୁଜ୍‍ ଇଣ୍ଡିଆ ସେଲ୍‌ଫଟର ହୋମ୍‍ ନାମରେ ଏକ ସଂସ୍ଥା ପରିତ୍ୟକ୍ତ, ଅନାଥ ଓ ଗରୀବ ପିଲାମାନଙ୍କୁ ନେଇ ଏକ ଆଶ୍ରୟ ଗୃହ ସ୍ଥାପନ କରାଯାଇଥିଲା। ଏଥିରେ ୪୭ ଜଣ ବାଳିକା ଓ ୩୪ ଜଣ ବାଳକ ଅନ୍ତେବାସୀ ରହୁଥିଲେ। ପଶ୍ଚିମବଙ୍ଗ ମେଦିନିପୁରର ହାପି ଆଣ୍ଡ୍‍ ହୋଲି ହୋମ୍‍ ସୋସାଇଟି ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଏହାକୁ ପରିଚାଳନା କରୁଥିଲେ। ଏହାର ମୁଖ୍ୟ ଥିଲେ ଡଃ ଫାୟାଜ ରେହେମାନ୍‍। ସଂସ୍ଥା ଓଡିଶାର ବିଭିନ୍ନ ସ୍ଥାନରେ ୨୬ଟି ଏଭଳି ସଂଗଠନ ଚଳାଇ ଆସୁଛି। ସଂସ୍ଥାର ମୁଖ୍ୟ ଆଶ୍ରୟଗୃହକୁ ଆସିଲା ବେଳେ ନାବାଳିକାମାନଙ୍କୁ ଗେଲ କରିବା ବାହାନାରେ ସେମାନଙ୍କୁ ଯୌନ ଶୋଷଣ କରୁଥିଲେ। ଏଥିରେ ୮୧ ଜଣ ଅନ୍ତେବାସୀ ରହିଥିବା ଜାଣିବାକୁ ମିଳିଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories