ପାଟନା: ବିହାର ରାଜନୀତିକୁ ଦୁର୍ନୀତି ଓ ବଳାତ୍କାର ବିବାଦ ପିଛା ଛାଡ଼ୁନି। ଏଥର ମଧ୍ୟ ଖବରର ଶୀର୍ଷରେ ମୁଜଫରପୁର। ଉକ୍ତ ଜିଲାର ଶ୍ରୀକୃିଷ୍ଣା ମେଡିକାଲ କଲେଜର ଡାକ୍ତରଖାନାରେ ଜଣେ ମହିଳାଙ୍କ ସହିତ ୨ଜଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମହିଳାଜଣକ ସୀତାମଣ୍ଡିର ଏକ ଜେଲରେ ବନ୍ଦୀ ଥିଲେ। ୧୧ନଭେମ୍ବରରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଶ୍ରୀକୃିଷ୍ଣା ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଥିଲା। ୨୨ନଭେମ୍ବରରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଜେଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ତେବେ ମହିଳାଜଣକ ତାଙ୍କ ସହ ବଳାତ୍କାର ହୋଇଥିବା ଅଭିଯୋଗ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ମହିଳାଙ୍କୁ ଡାକ୍ତରି ମାଇନା କରିବା ପରେ ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିଥିଲା। ୧୪ ନଭେମ୍ବର ରାତିରେ ମହିଳା କଏଦୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବିହାର ପୁଲିସର ଦୁଇ କର୍ମଚାରୀ ଶୈଳେଶ କୁମାର ଓ ଛୋଟେ ଲାଲ ଡାକ୍ତରଖାନା ଶୌଚାଳୟରେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିଛି।
ଏନେଇ ଆହିୟାପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏହି ଘଟଣାକୁ ନେଇ ବିହାର ରାଜନୀତି ଜୋର ଧରିଛି। ନୀତୀଶ କୁମାର ସରକାରରେ ବିହାରରେ ଗୋଟିଏ ପରେ ଗୋଟିଏ ଜଘନ୍ୟ ଅପରାଧ ଘଟି ଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ମୌନ ଅପରାଧୀଙ୍କୁ ଅପରାଧ କରିବା ପାଇଁ ଉତ୍ସାହିତ କରୁଛି ବୋଲି ଆରଜେଡି ଅଭିଯୋଗ କରିଛି। ସେହିପରି ତେଜପ୍ରତାପ ଯାଦବ ମଧ୍ୟ ବିଧାନସଭାରେ ଏଭଳି ଘଟଣାକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି। ବିହାରରେ ଜଣେ କଏଦୀ ସୁରକ୍ଷିତ ନୁହେଁ, ପୁଲିସ ଘଟାଉଛି ଅପରାଧ। ଏଭଳି ପରିସ୍ଥିତିରେ ରାଜ୍ୟର ସାଧାରଣ ନାଗରିକ କିପରି ସୁରକ୍ଷିତ ହେବେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।
ମହିଳା କଏଦୀଙ୍କୁ ପୁଲିସ କର୍ମୀଙ୍କ ବଳାତ୍କାର
Popular Categories



