www.samajalive.in
Saturday, December 6, 2025
14.1 C
Bhubaneswar

ଫୟାଜ ରେହେମାନଙ୍କୁ ୨ଦିନଆ ରିମାଣ୍ଡରେ ନେଲା ପୁଲିସ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ଆଶ୍ରୟଗୃହର ମୁଖ୍ୟ ଫୟାଜ ରେହେମାନଙ୍କୁ ୨ଦିନଆ ରିମାଣ୍ଡରେ ପୁଲିସ ନେଇଛି । ଆଶ୍ରୟଗୃହରେ ଅନ୍ତେବାସୀଙ୍କୁ ଯୌନ ନିର୍ୟାତନା ଦେବା ଅଭିଯୋଗ ଅନୁଷ୍ଠାନର ମୁଖ୍ୟ ଫୟାଜ ରେହେମାନଙ୍କୁ ରବିବାର ପୁଲିସ ଗିରଫ କରି କୋର୍ଟଚାଲାଣ କରିବା ପରେ ସୋମବାର ସଂଧ୍ୟାରେ ଅଧିକ ଜେରା ପାଇଁ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ହେଲେ ଅଦାଲତ ୨ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ।

ଶିଶୁ ଯୌନ ନିର୍ୟାତନା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଅଭିଜ୍ଞ ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ସାକ୍ଷୀ ଏବଂ ପୀଡିତାମାନଙ୍କର ବୟାନ ରେକର୍ଡ କରାଯାଉଛି। ଅନୁଷ୍ଠାନ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ସମସ୍ତ କର୍ମଚାରୀମାନଙ୍କୁ ପର୍ୟ୍ୟାୟକ୍ରମେ ତଦନ୍ତ ପରିସରଭୁକ୍ତ କରିବା ପାଇଁ ପୁଲିସ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ସ୍ଥାନାନ୍ତର ହୋଇଥିବା ବିଦ୍ୟାଳୟର ଅନ୍ତେବାସୀଙ୍କ ମଧ୍ୟରୁ ୫ ଜଣ କଡ଼ା ସୁରକ୍ଷା ବଳୟରେ ବେଲଟିକିରି ଯାଇ ୯ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣାପଡିଛି। ଶାଖାର ବିଭିନ୍ନ କର୍ମଚାରୀମାନଙ୍କୁ ପଚରାଉଚୁରା ଜାରି ରହିଥିବା ବେଳେ ନୂଆକରି ଯୋଗ ଦେଇଥିବା ଶାଖା ପରିଚାଳକଙ୍କୁ ସୋମବାର ମାରାଥନ୍‍ ଜେରା କରିଥିବା ଜଣାପଡିଛି। ଯୌନ ନିର୍ୟାତନା ପଦାକୁ ଆସିବା ପରେ ଏବେ ରାଜ୍ୟରେ ସଂସ୍ଥାର ବିଭିନ୍ନ ଶାଖାଗୁଡିକରେ ଚଢ଼ଉ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories