ଅନୁଗୁଳ : ଅନୁଗୁଳ ଜିଲାରେ ବଡ ବଡ ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ଥିଲେ ମଧ୍ୟ ୧୫୦ ପରିବାର ବିଜୁଳି ଆଲୋକରୁ ବଞ୍ଚିତ ହୋଇ ରହିଛନ୍ତି। ଅନୁଗୁଳ ଜିଲା କାଙ୍ଗୁଲା ବେନ୍ତପୁର ଗ୍ରାମପଞ୍ଚାୟତର ନୂଆସାହି ଗ୍ରାମର ଏହି ୧୫୦ ପରିବାର ଅଟନ୍ତି। ଏହି ଗ୍ରାମଟି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫କିମି ଓ ନାଲକୋ ପାୱାରା ପ୍ଲାଣ୍ଟ ଠାରୁ ୪କିମି ଦୂର ଅଟେ। ଗ୍ରାମବାସୀମାନେ ଏହି ସମସ୍ୟା ବିଷୟରେ ଜିଲା ପ୍ରଶାସନ, ବିଧାୟକ ଓ ବିଦ୍ୟୁତ ବିଭାଗକୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି। ତେଣୁ ଗ୍ରାମବାସୀମାନେ ମଙ୍ଗଳବାର ଦିନ ଏହି ସମସ୍ୟାର ସମାଧାନ ପାଇଁ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
Popular Categories



