www.samajalive.in
Tuesday, December 9, 2025
15.1 C
Bhubaneswar

ଖାମୋଶ୍‌ ଝାଡ଼ଖଣ୍ଡ ବିଜେପି…ଟାଟା, ବାଏ-ବାଏ: ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହେବା ପରେ ଦଳର ପୂର୍ବତନ ସାଂସଦ ତଥା ବର୍ତ୍ତମାନର କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ମୋଦୀ-ଶାହଙ୍କୁ କଟାକ୍ଷ କରି ନିଜ ଟ୍ବିଟର ଆକାଉଣ୍ଟରେ କହିଛନ୍ତି, ‘ୱାନ ମ୍ୟାନ ଶୋ, ଟୁ ମ୍ୟାନ ଆର୍ମି’ର ଖେଳ ଏବେ ଶେଷ ହେବାକୁ ଯାଉଛି। ଏହା ପରେ ସେ ଲେଖିଛନ୍ତି, ଖାମୋଶ ଝାଡ଼ଖଣ୍ଡ ବିଜେପି…ଟାଟା, ବାଏ-ବାଏ।

ଶତ୍ରୁଘ୍ନ ଆହୁରି କହିଛନ୍ତି ଯେ, ଆଗକୁ ଦିଲ୍ଲୀ, ବିହାର, ପଶ୍ଚିମବଙ୍ଗ ଏବଂ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ବିଜେପି ପାଳି ପଡ଼ିବ। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ହରାଇଥିବା ସରଯୂ ରାୟଙ୍କୁ ସେ ଶୁଭେଚ୍ଛା ଜଣାଇ କହିଛନ୍ତି, ସରଯୂ କେବଳ ଚ୍ୟାଲେଞ୍ଜ କରିନାହାନ୍ତି, ବରଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ‘ୱାନ ମ୍ୟାନ ଶୋ ଏବଂ ଟୁ ମ୍ୟାନ ଆର୍ମି’ର ଗର୍ବ ଯୋଗୁ ସରଯୂଙ୍କୁ ଟିକେଟ ଦିଆଗଲାନି। କିନ୍ତୁ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଲେ ଏବଂ ତାଙ୍କୁ ହରାଇଲେ।

- Advertisement -

ସୂଚନାଯୋଗ୍ୟ, ଗତ ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ୮୧ ଆସନ ବିଶିଷ୍ଟ ବିଧାନସଭାରୁ ବିଜେପି ମାତ୍ର ୨୫ ଆସନରେ ବିଜୟୀ ହୋଇଛି। ଅନ୍ୟପଟେ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ୪୭ ଆସନ ହାତେଇ ସରକାର ଗଢ଼ିବାକୁ ଯାଉଛି। ଜେଏମଏମ ମୁଖ୍ୟ ହେମନ୍ତ ସୋରେନ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories