www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ପ୍ରଭାବ: ଶେୟାର ବଜାରରେ ଚଡ଼କ, ୨୧୮୨ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବଇ: କରୋନା ଭୂତାଣୁର ପ୍ରଭାବ ବାରମ୍ବାର ଶେୟାର ବଜାର ଉପରେ ପଡୁଛି। ପ୍ରତିଦିନ ଶେୟାର ମାର୍କେଟରେ ଅସ୍ଥିରତା ସୃଷ୍ଟ ହେଉଛି। ସୋମବାର ବି ଷ୍ଟକ ବଜାରରେ ଚଡ଼କ ପଡ଼ିଛି। ସପ୍ତାହର ପ୍ରଥମ ଦିନରେ କାରବାର ଆରମ୍ଭ ହେବା କ୍ଷଣି ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ବିଏସଇରେ ସେନ୍‌ସେକ୍ସ ପ୍ରାୟ ୨୧୮୨ ପଏଣ୍ଟ ଖସିଥିବାବେଳେ ଏନଏସଇରେ ନିଫଟି ୬୧୫ ପଏଣ୍ଟ ହ୍ରାସ ପାଇଥିଲା। ଫଳରେ ନିବେଶକମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି।

ଏହି ବଡ଼ ଧରଣର ହ୍ରାସ ପରେ ସେନ୍‌ସେକ୍ସ ୩୧,୯୨୧ ଏବଂ ନିଫଟି ୯୩୩୯ ପଏଣ୍ଟରେ ରହିଥିଲା। ଶେୟାର ବଜାରରେ ଏଭଳି ଅସ୍ଥିରତା ଯୋଗୁ  ଇଣ୍ଡିସଇଣ୍ଡ ବ୍ୟାଙ୍କ, ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେଶନ, ଆଇସିଆଇସିଆଇ, ଆକ୍ସିସ ବ୍ୟାଙ୍କ, ଟାଇଟନ କମ୍ପାନୀ ଏବଂ ବଜାଜ ଫାଇନାନ୍ସ କମ୍ପାନୀ ପ୍ରମୁଖ ଅଧିକ କ୍ଷତି ସହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories