ଭୁବନେଶ୍ୱର : ଓଡ଼ିଶାରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ଥିବା ନେଇ ସରକାର ସ୍ପଷ୍ଟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବତ୍ର ବାଗଚୀ ଏନେଇ ସ୍ପଷ୍ଟ କରିଛନ୍ତି। ସୂଚନା ଯୋଗ୍ୟ, ଉକ୍ତ କରୋନା ଆକ୍ରାନ୍ତ ଜଣେ ୩୩ ବର୍ଷୀୟ ଯୁବକ। ସେ ଇଟାଲୀରେ ଗବେଷଣା କରୁଥିଲେ। ଗତ ୬ତାରିଖରେ ସେ ଇଟାଲୀରୁ ଦିଲ୍ଲୀ ଆସିଥିଲେ। ପରେ ଟ୍ରେନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ୧୨ରେ ପହଞ୍ଚିଥିଲେ। ମାର୍ଚ୍ଚ ୧୩ରେ ଏକ ଘରୋଇ ଡ଼ାକ୍ତରଙ୍କୁ ଦେଖାଇବା ସହ ଗତ ୧୪ରେ ଆଡ଼ମିଟ, ପରେ ୧୫ରେ ପରୀକ୍ଷା ରିପୋର୍ଟ ପଜିଟିଭି ଆସିଥିଲେ। ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସହ ଉକ୍ତ ଯୁବକ ଜଣଙ୍କ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କ ଖୋଜା ଜାରି ରଖିଛି ବୋଲି ବାଗଚୀ କହିଛନ୍ତି ବୋଲି ଜଣାପଡ଼ିଛି।
Popular Categories



