ସୋମବାର ପ୍ରଭୁ ଶିବଶଙ୍କରଙ୍କୁ ସମର୍ପିତ ଅଟେ। ପ୍ରଭୁଙ୍କର ପ୍ରତ୍ୟେକ ନାମର ନିର୍ଦ୍ଦିଷ୍ଟ ମହିମା ସହ ବିଶେଷ ଶକ୍ତି ମଧ୍ୟ ରହିଛି। ସେହି ନାମକୁ ସ୍ମରଣ କଲେ ଜୀବନରେ ସୁଖ ଭରି ଯାଏ। ଜାଣନ୍ତୁ ଏହାର ମହତ୍ତ୍ୱ….
ଆଶୁତୋଷ ନାମର ମହତ୍ତ୍ୱ –
ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ ପ୍ରଭୁଙ୍କର ଆଶୁତୋଷ ନାମର ଜପ କରନ୍ତୁ। ସକାଳ ସମୟରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ଯଥାସମ୍ଭବ ଏହି ନାମକୁ ଜପ କରନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବିଶ୍ୱମ୍ଭର ନାମର ମହତ୍ତ୍ୱ –
କର୍ମକ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ବିଶ୍ୱମ୍ଭର ନାମକୁ ଜପ କରନ୍ତୁ।
ଏହି ନାମକୁ ପ୍ରତ୍ୟେକ ସମୟରେ ଆପଣ ଜପ କରନ୍ତୁ, ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।
ମହେଶ୍ୱର ନାମର ମହତ୍ତ୍ୱ –
ବ୍ୟବସାୟରେ ଉନ୍ନତି ପାଇଁ ଆପଣ ପ୍ରଭୁଙ୍କର ମହେଶ୍ୱର ନାମର ଜପ କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ମହାଦେବ ନାମର ମହତ୍ତ୍ୱ –
ସକାଳ ସମୟରେ ସ୍ନାନ କରିବା ପରେ ମହାଦେବଙ୍କ ମନ୍ଦିରକୁ ଯାଇ ଜଳ ଅର୍ପର୍ଣ କରିବା ପରେ ୧୫ ମିନିଟ ପର୍ଯ୍ୟନ୍ତ ମହାଦେବ ନାମକୁ ଜପ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ସ୍ୱାସ୍ଥ୍ୟବାନ ରହିବେ।
ସୋମବାର ବିଶେଷ ; ପ୍ରଭୁ ଶିବଶଙ୍କରଙ୍କୁ ଏପରି କରନ୍ତୁ ପ୍ରାର୍ଥନା ଦୂର ହେବ ଅନେକ ସମସ୍ୟା
Popular Categories


