www.samajalive.in
Saturday, December 6, 2025
23.1 C
Bhubaneswar

ରେକର୍ଡ ଭାଙ୍ଗିଲା ଶେୟାର ବଜାର; ୫୦,୦୦୦ ନିକଟତରରେ ଖୋଲିଲା ସେନ୍‌ସେକ୍‌ସ

ବମ୍ବେ: ଆଜି ସପ୍ତାହର ୩ୟ ଦିନରେ ରେକର୍ଡ ଭାଙ୍ଗିଛି ଶେୟାର ବଜାର। ବୁଧବାର ସକାଳେ କାରବାର ଆରମ୍ଭ ହେବା କ୍ଷଣି ଶେୟାର ମାର୍କେଟ ଊର୍ଦ୍ଧ୍ଵମୂଖୀ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଚର ପ୍ରମୁଖ ସୂଚକାଙ୍କ ସେନ୍‌ସେକ୍‌ସ ୫୦,୦୦୦ ଅଙ୍କ ନିକଟତରରେ ଖୋଲିଛି। କାରବାର ଆରମ୍ଭରୁ ସେନ୍‌ସେକ୍‌ସ ୨୧୬.୨୮ ଅଙ୍କ(୦.୪୪%) ବୃଦ୍ଧି ପାଇ ୪୯,୭୩୩.୩୯ ସ୍ତରରେ ଏବଂ ନିଫଟି ୬୭ ଅଙ୍କ (୦.୪୬%) ବୃଦ୍ଧି ପାଇ ୧୪,୬୩୦.୫୦ ସ୍ତରରେ ଖୋଲିଥିଲା। ବିଦେଶୀ ସଂସ୍ଥାର ନିବେଶକମାନଙ୍କ ପୁଞ୍ଜି ପ୍ରବାହ ସହିତ ଅନୁକୂଳ ସ୍ଥିତି ଯୋଗୁ ବଜାରରେ ଅଭିବୃଦ୍ଧି ଦେଖିବାକୁ ମିଳିଛି।

ଆଜି କାରବାର ଆରମ୍ଭ ହେବା ପରେ ୧୧୦୬ ଶେୟାରରେ ଅଭିବୃଦ୍ଧି ଘଟିଥିଲା। ଅନ୍ୟପଟେ ୩୩୬ଟି ଶେୟାର ନିମ୍ନମୁଖୀ ହୋଇଥିଲା। ୫୮ଟି ଶେୟାରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। କରୋନା ଭୂତାଣୁ ଟିକାକୁ ନେଇ ଲଗାତର ସକାରାତ୍ମକ ଖବର ମଧ୍ୟରେ ବିଶ୍ଵ ବଜାରରେ ମଧ୍ୟ ଅଭିବୃଦ୍ଧି ଘଟିଛି। ବୁଧବାର ଏସୀୟ ବଜାରରେ ଦକ୍ଷିଣ କୋରିଆର କୋସ୍ପି ସୂଚକାଙ୍କ ୦.୫୦ ପ୍ରତିଶତ ବୃଦ୍ଧି ପାଇଛି।

- Advertisement -

ଗତ ସପ୍ତାହରେ ସେନ୍‌ସେକ୍ସ ୯୧୩.୫୩ ଅଙ୍କ ଅର୍ଥାତ ୧.୯୦% ବୃଦ୍ଧି ପାଇଥିଲା। ନିଫ୍‌ଟିରେ ୩୨୮.୭୫ ଅଙ୍କ ଅର୍ଥାତ ୨.୩୪% ବୃଦ୍ଧି ଘଟିଥିଲା। ତେବେ କେନ୍ଦ୍ରୀୟ ବଜେଟ ପୂର୍ବରୁ ନିବେଶକମାନେ ନିବେଶକୁ ନେଇ ଚିନ୍ତିତ ରହିଛନ୍ତି। କାରଣ ଅଧିକାଂଶ ବଜାର ବିଶ୍ଳେଷକଙ୍କ କହିବାନୁସାରେ, କରୋନା ଯୋଗୁ ଚଳିତଥରର ବଜେଟ ଆଶା ଅନୁଯାୟୀ ହେବ ନାହିଁ। ଏହାଦ୍ବାରା ବଜାରରେ ଅସ୍ଥିରତା ଜାରି ରହିଛି। ଏଥିପାଇଁ ନିବେଶକମାନଙ୍କୁ ସତର୍କତା ଅବଲମ୍ବନ କରିବା ଜରୁରୀ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories