www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଭୁ ଗଣେଶଙ୍କୁ ପ୍ରଥମେ ଲାଲ ସିନ୍ଦୂର ଅର୍ପଣ କରନ୍ତୁ : ମିଳିଥାଏ ଶୁଭଫଳ 

ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କର ପୂଜାର୍ଚ୍ଚନା ବୁଧବାର ଦିନ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। କିଛି ସରଳ ଉପାୟ ତଥା ବିଧି ଦ୍ୱାରା ଆମେ ପ୍ରଭୁ ଗଣେଶଙ୍କୁ ପୂଜା କରି ପ୍ରସନ୍ନ କରିପାରିବା। ଜାଣନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ …..
ପ୍ରଭୁ ଗଣେଶଙ୍କୁ ପ୍ରଥମେ ଲାଲ ସିନ୍ଦୂର ଅର୍ପଣ କରନ୍ତୁ।
ଏହା ପରେ ପ୍ରଭୁଙ୍କୁ ଦୂବ ଅର୍ପଣ କରନ୍ତୁ।
ଘିଅର ଦୀପ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ଦୀପର ତଳେ ଅଳ୍ପ ଚାଉଳ ରଖନ୍ତୁ।
ଗଣେଶଙ୍କୁ ପୂଜା କରିବା ସମୟରେ ତାଙ୍କୁ ପିଠିପଟକୁ ଦର୍ଶନ କରିବା ଉଚିତ ନୁହେଁ। କାରଣ ତାଙ୍କ ପିଠିରେ ଦରିଦ୍ରତା ବାସ କରିଥାଏ।
ପାନର ପତ୍ରରେ ସ୍ୱସ୍ତିକ କରି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ।
ପ୍ରଭୁ ଗଣେଶଙ୍କୁ ମକ୍କାର ଦାନା ଅର୍ପଣ କରିବା ଦ୍ୱାରା ଗୃହରେ ଧନସମ୍ପତ୍ତିର ଅଭାବ ହୋଇନଥାଏ।
ପ୍ରଭୁ ଗଣେଶଙ୍କୁ ମୋଦକ ଖୁବ୍ ପ୍ରିୟ ଅଟେ। ତେଣୁ ତାଙ୍କ ନିକଟରେ ମୋଦକ ଭୋଗ ଲଗାଇଲେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଗଣେଶଙ୍କ ଭୋଗରେ ତୁଳସୀପତ୍ରର ପ୍ରୟୋଗ କରନ୍ତୁ ନାହିଁ।
ଗଣେଶଙ୍କ ଲାଲ ରଙ୍ଗର ମୂର୍ତ୍ତିକୁ ସ୍ଥାପନ କରନ୍ତୁ।
ନିୟମିତ ସକାଳ ସମୟରେ ୧୧ଟି ଲାଲ ପୁଷ୍ପ ଅର୍ପଣ କରନ୍ତୁ।
ଏହା ପରେ ‘ବକ୍ରତୁଣ୍ଡ ମହାକାୟ’ ମନ୍ତ୍ରକୁ ୧୦୮ ଥର ରୁଦ୍ରାକ୍ଷ ମାଳା ନେଇ ଜପ କରନ୍ତୁ।
ଏହି ଉପାୟ ଲଗାତର ୨୭ ଦିନ ପର୍ୟ୍ୟନ୍ତ କରନ୍ତୁ।
ଏହି ଉପାୟ କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିବା ସହ ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories