www.samajalive.in
Saturday, December 6, 2025
26.1 C
Bhubaneswar

ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଆଖି ନଷ୍ଟ କରିଦେଲେ ଅଭିଯୁକ୍ତ

ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଘଟଣା ପରେ ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବା ଲାଗି ନାବାଳିକାଙ୍କ ଦୁଇଟି ଆଖି ନଷ୍ଟ କରିଦେଇଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବିହାରର ମଧୁବନୀ ଜିଲାର ହରଲାଖି ଥାନା ଅଞ୍ଚଳରେ। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ଏକ ବଗିଚାରେ ଫିଙ୍ଗିଦେଇ ଚାଲିଯାଇଥିଲେ।

Image Courtesy: Daily Sun

 

- Advertisement -

ଖବର ପାଇ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରି ଦରଭଙ୍ଗା ମେଡିକାଲ କଲେଜରେ ଭର୍ତ୍ତି କରିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ନାବାଳିକାଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ଦିବ୍ୟାଙ୍ଗ ନାବାଳିକା ଜଣକ ଛେଳିଙ୍କ ପାଇଁ ଘାସ ଏବଂ ଜାଳେଣି ଆଣିବା ଲାଗି ନିକଟସ୍ଥ ଗାଁ ପାଖ ନଦୀ ଆଡକୁ ଯାଇଥିଲେ। ସେହି ସମୟରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପରେ ଏକ ବାଡ଼ିରେ ତାଙ୍କ ଆଖି ଦୁଇଟିକୁ ଫୁଟାଇ ନଷ୍ଟ କରିଦେଇଥିଲେ।

ନାବାଳିକା ଜଣକ ଅନେକ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନାବାଳିକା ଯେଉଁ ଆଡ଼େ ଯାଇଥିଲେ ସେପଟେ ଖୋଜାଖୋଜି କରିବା ସମୟରେ ଏକ ବଗିତାରେ ତାଙ୍କୁ ପାଇଥିଲେ। ନାବାଳିକା ଜଣକ ଉଲଗ୍ନ ଅବସ୍ଥାରେ ଚେତାଶୂନ୍ୟ ହୋଇ ଏକ ବଗିଚାରେ ପଡ଼ିଥିବା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ଦରଭଙ୍ଗା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

 

ହରଲାଖି ଥାନା ଅଧିକାରୀ ପ୍ରେମଲାଲ ପାଶୱନ କହିଛନ୍ତି ଯେ, ଦୁଷ୍କର୍ମରେ ସମ୍ପୃକ୍ତ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories